previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ସାମନ୍ଥାଙ୍କ ବଲିଉଡ୍‌ ଡେବ୍ୟୁ ଫାଇନାଲ ! ଏହି ହିରୋଙ୍କ ସହ କରିବେ ରୋମାନ୍ସ…

6/07/2022 at 12:09 PM

ମୁମ୍ବାଇ ୦୬।୦୭ : ସାଉଥ ଫିଲ୍ମ ପରେ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ସାମନ୍ଥା । ଦର୍ଶକ ଦେଖିବେ ଚୁଲବୁଲି ନାୟିକା ନିଖୁଣ ଅଭିନୟ ସାଙ୍ଗକୁ ଦମ୍‌ଦାର ଡ୍ୟାନ୍ସ । ସ୍କ୍ରିପ୍ଟ ଫାଇନାଲ, ହିରୋ ବି ଫାଇନାଲ୍‌ । ବାକି ରହିଲା ଖାଲି ଘୋଷଣା । ଖୁବଶୀଘ୍ର କାଷ୍ଟିଂ ସହ ଫିଲ୍ମର ସଟିଂ ମଧ୍ୟ ଆରମ୍ଭ ହେବ ।

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁଯାୟୀ,  ସାଉଥ୍‌ ସୁନ୍ଦରୀ ସାମନ୍ଥା ଖୁବ ଶୀଘ୍ର ବଲିଉଡ୍‌ରେ ନିଜର ଡେବ୍ୟୁ କରିବେ । ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ସ୍କ୍ରିନ୍‌ ସେୟାର କରୁଥିବାର ନଜର ଆସିବେ । ଏହି ଫିଲ୍ମ ପାଇଁ ସାମନ୍ଥା ମଧ୍ୟ ସାଇନ୍‌ କରିଦେଇଛନ୍ତି । ଫିଲ୍ମ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଖୁବ୍‌ କମ୍‌ ଦିନ ମଧ୍ୟରେ ନିର୍ମାତାମାନେ ଫିଲ୍ମର ଘୋଷଣା ମଧ୍ୟ କରିପାରନ୍ତି ।

ତେବେ ସାମନ୍ଥାର  ଏହି ଡେବ୍ୟୁ ଫିଲ୍ମର ପ୍ରୟୋଜନା ଦାୟିତ୍ୱ ସମ୍ଭାଳିବେ ଦିନେଶ ବିଜନ ।  ଚଳିତ ବର୍ଷରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ୨୦୨୩ରେ ରିଲିଜ୍‌ ପାଇଁ ଟାର୍ଗେଟ ରଖାଯାଇଛି । ସାମନ୍ଥା ଓ ଆୟୁଷ୍ମାନଙ୍କ ଯୋଡି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି । ଏହି ଫିଲ୍ମଟି କମେଡି ଓ ସସ୍‌ପେନ୍ସରେ ଭରା ହେବ ବୋଲି ସୂଚନା ମିଳିଛି ।

ସେହିପରି ସାମନ୍ଥା ନିଜର ଡେବ୍ୟୁ ଫିଲ୍ମ ନେଇ ବ୍ୟସ୍ତ ଥିବା ବେଳେ ଆଉ ଏକ ଫିଲ୍ମ ପାଇଁ ମଧ୍ୟ ସାଇନ୍‌ କରିଛନ୍ତି । ଯାହାର ସୁଟିଂ ୨୦୨୩ରେ ଆରମ୍ଭ ହେବାକୁ ଯାଉଛି । କରଣ ଜୋହାରଙ୍କ ଆଗାମୀ ଫିଲ୍ମରେ ସାମନ୍ଥା , ଖିଲାଡି କୁମାରଙ୍କ ସହ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରୟୋଜନା ସଂସ୍ଥା କିମ୍ବା ସାମନ୍ଥାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

   Related Posts