ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଛାଡପତ୍ର ପରେ ସାମନ୍ଥା ବିବାହ ଯୋଡ ସହ କଲେ ଏମିତି କାମ, ରଖିବାକୁ ଚାହୁଁ ନାହାନ୍ତି କୌଣସି ସ୍ମୃତି

30/01/2023 at 8:05 AM

ମୁମ୍ଵାଇ ୩୦।୦୧: ସାଉଥ୍ ସୁପରଷ୍ଟାର୍ ସାମନ୍ଥା । ସବୁବେଳେ ତାଙ୍କ ଲୁକ୍‌ ପାଇଁ ଚର୍ଚ୍ଚାରେ ଥାଆନ୍ତି । ହେଲେ ଛାଡପତ୍ର ପରେ ଏହି ନାୟିକା  କାମରେ ଖୁବ୍‌ ବ୍ୟସ୍ତ। ଚଳଚ୍ଚିତ୍ରରେ ସକ୍ରିୟ ହେବା ପରେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଲୋଚନାରେ ରହିଛନ୍ତି । ଏତିକି ହିଁ ନୁହେଁ ଇଣ୍ଡଷ୍ଟ୍ରିର ବଡ ପରିବାର ସହିତ ତାଙ୍କ ବିବାହକୁ କିପରି ଭାଙ୍ଗିଥିଲେ ତାହା ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ।

ସାମନ୍ଥା ନାଗାଙ୍କ ବହୁମୂଲ୍ୟ ଏଲିମନିକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ସେ ନାଗା ଏବଂ ତାଙ୍କ ପରିବାର ସହ ଜଡିତ ବିବାହର ସମସ୍ତ ସ୍ମୃତିକୁ ମଧ୍ୟ ଶେଷ କରିବାକୁ ଚାହୁଁଥିଲେ। ଏହି ତାଲିକାରେ ପ୍ରଥମ ନମ୍ବର ଥିଲା ବିବାହ ଯୋଡ। ସାମନ୍ଥାଙ୍କ ବିବାହ ପୋଷାକ ସବୁଠାରୁ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ଥିଲା । ତେବେ ଏହି ସ୍ମୃତି ସାମନ୍ଥାଙ୍କ ଦ୍ୱାରା ମଧ୍ୟ ନଷ୍ଟ କରି ଦେଇଛନ୍ତି। ଖବର ଅନୁଯାୟୀ, ଅଲଗା ହେବା ପରେ ସେ ତାଙ୍କ ବିବାହ ଶାଢୀକୁ ପୂର୍ବ ସ୍ୱାମୀ ନାଗାଙ୍କ ନିକଟକୁ ପଠାଇଥିବା ଜଣାପଡିଛି। କୁହାଯାଉଛି ଯେ ସାମନ୍ଥା ତାଙ୍କ ବିବାହ ଦିନ ପିନ୍ଧିଥିବା ଶାଢୀ ନାଗାଙ୍କ ଜେଜେମା ଡି ରାଜେଶ୍ୱରୀଙ୍କ ଶାଢୀ ଥିଲା।

ସାମନ୍ଥା ନାଗାଙ୍କ ପୁରା ପରିବାରକୁ ତାଙ୍କ ଜେଜେମା’ଙ୍କ ଶାଢୀ ପିନ୍ଧି ଖୁସି କରିଥିଲେ । ତାଙ୍କ ସମଗ୍ର ପରିବାର ସାମନ୍ତଙ୍କ ପାଇଁ ଗର୍ବିତ ଅନୁଭବ କରୁଥିଲେ। ଏପରି ପରିସ୍ଥିତିରେ, ଛାଡପତ୍ର ପରେ ସାମନ୍ଥା ଏହି ଶାଢୀକୁ ନାଗାଙ୍କ ନିକଟକୁ ପଠାଇ ଦେଇଛନ୍ତି କାରଣ ଏହି ଶାଢୀ ତାଙ୍କ ପରିବାର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଏହାର ଭିନ୍ନ ଅର୍ଥ ରହିଛି। କହିବାକୁ ଗଲେ ସାମନ୍ଥା ଏବଂ ନାଗାଙ୍କ ବିବାହ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ ବିବାହ ହୋଇଥିଲା। ଇଣ୍ଡିଆ ଟୁଡେରେ ପ୍ରକାଶିତ ଗୋଆରେ ଏହି ବିବାହ ଥିଲା । ଯାହା ୧୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

   Related Posts