ଭକ୍ତ ନିରାଶ : ୪ଦିନ ବନ୍ଦ ରହିବ ମା’ ସମଲେଶ୍ବରୀ ମନ୍ଦିର

Published By : Prameya-News7 Bureau | December 28, 2021 IST

ସମ୍ବଲପୁର ୨୮/୧୨ : ନୂଆ ବର୍ଷ ଭିଡକୁ ଦୃଷ୍ଟିରେ ରଖି ଭିଡ କମାଇବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏହିକ୍ରମରେ ଆଜି ପଶ୍ଚିମ ଓଡିଶାର ପ୍ରମୁଖ ତୀର୍ଥକ୍ଷେତ୍ର ମା’ ସମଲେଶ୍ବରୀ ପୀଠ ପାଇଁ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ନୂଆ ବର୍ଷ ଭିଡକୁ ଦୃଷ୍ଟିରେ ରଖି ୪ ଦିନ ମା’ ସମଲେଶ୍ବରୀ ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ଡିସେମ୍ବର ୩୦ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ମା ସମଲେଶ୍ବରୀଙ୍କ ଦର୍ଶନ ବନ୍ଦ ତେବେ ପୂଜକମାନେ ନିତୀକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବେ ଜାନୁଆରୀ ତାରିଖ ଦିନ ଭର୍ଚୁଆଲ ମୋଡରେ ଦର୍ଶନ ପାଇଁ ବ୍ୟବସ୍ଥା କରିବ ଟ୍ରଷ୍ଟ ବୋର୍ଡ ସେହପରି ପ୍ରତିଦିନର ସନ୍ଧ୍ୟା ଆଳତୀ ଭର୍ଚୁଆଲ ମୋଡରେ ଲୋକେ ଦେଖିପାରିବେ  ଓମିକ୍ରନ ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.