ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମା’ ସମଲେଶ୍ବରୀଙ୍କର ଆଜି ଧବଳମୁଖୀ ବେଶ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

25/09/2022 at 7:29 AM

ସମ୍ବଲପୁର ୨୫।୦୯ : ସମ୍ବଲପୁରର ଆରାଧ୍ୟଦେବୀ ମା’ ସମଲେଶ୍ବରୀଙ୍କର ଆଜି ହେଉଛି ଧବଳମୁଖୀ ବେଶ । ପବିତ୍ର ମହାଳୟା ଅବସରରେ ମା’ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହାକୁ ମା’ଙ୍କ ଗଙ୍ଗାବେଶ ବୋଲି ମଧ୍ୟ କୁହାଯାଏ।

ବର୍ଷ ସାରା ମା’ ସିନ୍ଦୁରବର୍ଣ୍ଣା ହୋଇ ଦର୍ଶନ ଦେଉଥିବାବେଳେ ଆଜି ଶ୍ୱେତବର୍ଣ୍ଣା ହୋଇ ଦର୍ଶନ ଦେଉଛନ୍ତି । ଆଜିଠାରୁ ଅଢେଇ ଦିନ ପର୍ଯ୍ୟନ୍ତ,ମା’ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନର ସୁଯୋଗ ପାଇପାରିବେ ଶ୍ରଦ୍ଧାଳୁ। କୁହାଯାଏ ମହାଳୟା ଅମବାସ୍ୟା ତିଥିରେ ମାଆ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ,କୋଟି ପୂଣ୍ୟ ମିଳିବା ସହ, ପିତୃଲୋକ ଶାନ୍ତି ଅନୁଭବ କରିଥାନ୍ତି। ତିଳ ତର୍ପଣ ପରେ ଗଙ୍ଗା ଯାଇ ନପାରିଲେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ କଲେ ତାହା ଗଙ୍ଗା ଦର୍ଶନ ସହ ସମାନ।

   Related Posts