oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ରାୟଗଡ଼ାରେ ସମଲେଶ୍ବରୀ ଏକ୍ସପ୍ରେସ ଲାଇନଚ୍ୟୁତ : ଟ୍ରେନରେ ଲାଗିଗଲା ନିଆଁ

25/06/2019 at 5:06 PM

ରାୟଗଡ଼ା ୨୫/୬: ହାଓ୍ବଡ଼ା ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସରେ ଲାଉଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ହେବାପରେ ଟ୍ରେନରେ ନିଆଁ ଲାଗିଯାଇଛି। ରାୟଗଡ଼ା ଜିଲ୍ଲାର ସିଙ୍ଗାପୁର ରୋଡ଼ ଓ କେଉଟଗୁଡ଼ା ମଧ୍ୟରେ ଆଜି ଅପରାହ୍ନ ୪ଟା ୫୦ରେ ଏହି ଦୁର୍ଘଟଣା ଘଟିଛି।

ଇଞ୍ଜିନ ଓ ଇଞ୍ଜିନରୁ ସଂଲଗ୍ନ ବଗି ଲାଇନଚ୍ୟୁତ ହୋଇଥିଲା। ଏଥିରେ ୪ଜଣ ଯାତ୍ରୀ ଓ ରେଳ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଏହି ଟ୍ରେନରେ ୭୦୦ରୁ ୮୦୦ଯାତ୍ରୀ ରହିଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟିଥିବା ଅଂଚଳର ଆଖପାଖରେ କୌଣସି ଜନବସତି ନଥିବାରୁ ଉଦ୍ଧାର କାର୍ଯ୍ୟପାଇଁ ସ୍ଥାନୀୟ ଅଂଚଳରୁ କୌଣସି ସହାୟତା ମିଳି ନାହିଁ । ଟ୍ରେନରେ କିଭଳି ନିଆଁ ଲାଗିଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ରେଳବାଇ ଉଦ୍ଧାରକାରୀ ଦଳ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି । ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । କିନ୍ତୁ ଆମ ପାଖରେ ପହଞ୍ଚିଥିବା ଭିଜୁଆଲରେ ସ୍ପଷ୍ଟ ଜଣାପଡୁଛି ଯେ, କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଜରୁରୀ ହୋଇପଡିଛି । ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳଟି ବଣ ଜଂଗଲ ଘେରା ହୋଇଥିବାରୁ ଯାତ୍ରୀମାନେ ଆତଙ୍କିତ ଅସ୍ଥାରେ ରହିଛନ୍ତି । ଏହି ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ସବୁଠୁ ବଡ ଆହ୍ବାନ ହୋଇଛି ।

   Related Posts