ନବ ବର୍ଷରେ ସମଲେଇଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, ମା'ଙ୍କ ଦର୍ଶନ ପାଇଁ ଆସୁଛନ୍ତି ଶ୍ରଦ୍ଧାଳୁ

Published By : Prameya-News7 Bureau | January 01, 2023 IST

ସମ୍ବଲପୁର ୦୧।୦୧ : ନବ ବର୍ଷରେ ମା' ସମଲେଇଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ମା ସମଲେଇଙ୍କ ଦର୍ଶନରୁ ନୂଆ ବର୍ଷର ଆରମ୍ଭ କରିବାକୁ ଶ୍ରଦ୍ଧାଳୁମାନେ ପୀଠକୁ ଧାଇଁ ଆସୁଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ତେବେ ରବିବାର ସକାଳ ୫ଟାରେ ଆଳତୀ ପରେ ମାଙ୍କ ଦର୍ଶନ ଆରମ୍ଭ ହୋଇଛି | ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂଜା ସାମଗ୍ରୀ ବାରଣ କରାଯିବା ସହ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ମଧ୍ୟାହ୍ନ ୧୨ଟାରେ ଅଧ ଘଣ୍ଟା ପାଇଁ ମନ୍ଦିର ବନ୍ଦ ରଖାଯିବାକୁ ଥିବା ବେଳେ ସନ୍ଧ୍ୟା ୭.୧୫ ରୁ ୮.୨୦ ଯାଏଁ ମନ୍ଦିର ବନ୍ଦ ରହିବ ବୋଲି ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.