ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପରାଗ ଲାଗି ସମଲେଇ ମନ୍ଦିର କାର୍ଯ୍ୟସୂଚୀରେ ପରିବର୍ତ୍ତନ, ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ

25/10/2022 at 1:41 PM

ସମ୍ୱଲପୁର ୨୫/୧୦: ସୂର୍ଯ୍ୟ ପରାଗ ପାଇଁ ମାଁ ସମଲେଶ୍ଵରୀଙ୍କ ପୀଠରେ ବନ୍ଦ ରହିଛି ସାଧାରଣ ଦର୍ଶନ । ସୂର୍ଯ୍ୟ ପରାଗ ଦିନର କାର୍ଯ୍ୟ ସୂଚୀରେ କିଛି ପରିବର୍ତ୍ତନ କରାଯାଇଛି ।

ଭୋର୍ ୪ ଟାରେ ମାଆଙ୍କର ମନ୍ଦିର ଖୋଲାଯାଇ ନୀତିକାନ୍ତି ପରେ ମଙ୍ଗଳ ଆଳତି ଓ ଭୋଗ ଅର୍ପଣ ସମ୍ପନ୍ନ ହୋଇଥିଲା । ଫଳରେ ଭୋର ୪.୩୦ରୁ ମାଆଙ୍କ ମନ୍ଦିର ବନ୍ଦ ହୋଇ ବୁଧବାର ସକାଳ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଆଗୁଆ ସୂଚାଇ ଦିଆଯାଇଛି ।

ବୁଧବାର ସୂର୍ଯ୍ୟୋଦୟ ପରେ ମନ୍ଦିର ଶୋଧନ ପୂର୍ବକ ମାଙ୍କ ନୀତିକାନ୍ତି ପରେ ମଙ୍ଗଳ ଆଳତି ହେବା ପରେ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ସୁଯୋଗ ମିଳିବ । ତେବେ ମଙ୍ଗଳବାର ପୂରା ଦିନଟି ପାଇଁ ଦର୍ଶନରୁ ବଂଚିତ ରହିଛନ୍ତି ଶ୍ରଦ୍ଧାଳୁ ।

   Related Posts