ସୁଧୁରିଲା ସ୍ୱାସ୍ଥ୍ୟାବସ୍ଥା: ଭେଣ୍ଟିଲେଟରରୁ ବାହାରିଲେ ମୁଲାୟମ ସିଂହ ଯାଦବ

Published By : Prameya-News7 Bureau | October 03, 2022 IST

ଲକ୍ଷ୍ନୌ: ଉତ୍ତରେ ପ୍ରଦେଶର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଂସ୍ଥାପକ ଅଖିଳେଶ ଯାଦବ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରବିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ସୂଚନା ମିଳିଛି। ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି।

ହଠାତ୍‌ ସେ ଗୁରୁତର ଅସୁସ୍ଥ ହୋଇଯିବାରୁ ତାଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍‌ପିଟାଲ୍‌ରେ କ୍ରିଟିକାଲ କେୟାର ୟୁନିଟ୍(ସିସିୟୁ)କୁ ସିଫ୍ଟ କରାଯାଇଥିଲା। କାଲି ରାତିରେ ମୁଲାୟମଙ୍କର ଡାଏଲିସିସ୍ କରାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ର ସ୍ୱତନ୍ତ୍ର ଡାକ୍ତରି ଟିମ୍ ନିୟୋଜିତ ଥିଲେ। ରାତିରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରୁ ବାହାର କରାଯାଇଥିବା ସୂଚନା ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.