scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଅଯୋଧ୍ୟାକୁ ତ ଛାଡି ଦିଅ’: ଅଯୋଧ୍ୟା ଜମି ଦୁର୍ନୀତିରେ ବିଜେପି ବିଧାୟକ, ମେୟର ଏବଂ ନେତାଙ୍କ ନାଁ, ଟାର୍ଗେଟ କଲା ଏସପି

8/08/2022 at 6:19 PM

ଲକ୍ଷ୍ନୌ: ବିଜେପି ବିଧାୟକ ଏବଂ ଦଳର ଜଣେ ପୂର୍ବତନ ବିଧାୟକଙ୍କ ସହ ୪୦ ଜଣଙ୍କ ନାଁରେ ଜମି ଦୁର୍ନୀତି ଏବଂ ବେଆଇନ ଭାବେ ଭିତ୍ତିଭୂମି ନିର୍ମାଣ କରିଥିବା ଅଯୋଧ୍ୟା ବିକାଶ ପ୍ରାଧିକରଣ ଅଭିଯୋଗ କରିଛି । ଘଟଣାକୁ ନେଇ ବିରୋଧୀ ସମାଜବାଦୀ ପାର୍ଟି ଶାସନରେ ଥିବା ବିଜେପିକୁ ଟାର୍ଗେଟ କରିଛି । ଏଡିଏ ଅଧିକାରୀଙ୍କ ସୂଚନା ଅନୁସାରେ, ଏଥିରେ କିଛି ସାଧୁ ମଧ୍ୟ ସାମିଲ ଅଛନ୍ତି ।

ଏଡିଏର ଅଭିଯୋଗ ପରେ ଏସପି ମୁଖ୍ୟ ଅଖିଳେଶ ସିଂ ଯାଦବ ବିଜେପି ଟାର୍ଗେଟ କରିଛନ୍ତି । ଅଖିଳେଶ ଟ୍ୱିଟ୍ କରି କହିଛନ୍ତି, ‘ଆମେ ପୂର୍ବରୁ କହିଥିଲୁ ଏବଂ ଏବେ ପୁଣି ଥରେ ଦୋହରାଉଛୁ । ବିଜେପିର ଭ୍ରଷ୍ଟାଚାରୀ ଅତି କମରେ ଅଯୋଧ୍ୟାକୁ ତ ଛାଡି ଦିଅନ୍ତୁ’। ଏହାସହ ସମାଜବାଦୀ ପାର୍ଟି ପକ୍ଷରୁ ଏହି ଘଟଣାର ତଦନ୍ତ ଦାବି କରାଯାଇଛି ।

ଏଡିଏର ୪୦ ଜଣିଆ ତାଲିକାରେ ବିଜେପି ବିଧାୟକ ବେଦ ପ୍ରକାଶ ଗୁପ୍ତା, ପୂର୍ବତନ ବିଧାୟକ ଗୋରଖନାଥ ବାବା ଏବଂ ମେୟର ଋଷିକେଶ ଉପାଧ୍ୟାୟଙ୍କ ନାଁ ରହିଛି । ସୁଲତାନ ଅନସାରୀ ଏବଂ ତାଙ୍କ ପିତା ନାହେ ମିଆନଙ୍କ ନାଁ ମଧ୍ୟ ଏହି ସୂଚୀରେ ରହିଛି । ସମସ୍ତେ ବେଆଇନ ଭାବେ ଜମି କିଣାବିକାରେ ଜଡିତ ଥିବା ଅଭିଯୋଗ ହୋଇଛି । ଏହାସହ ଅଯୋଧ୍ୟା ବିକାଶ ପ୍ରାଧିକରଣ ଅଧିନରେ ଥିବା ଜମିରେ ବେଆଇନ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗର ସତ୍ୟତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ସୂଚୀରେ ଥିବା ଅଧିକାରୀମାନେ ଏନେଇ ଅଯୋଧ୍ୟା ବିକାଶ ପ୍ରାଧିକରଣକୁ ଆଇନଗତ ନୋଟିସ ପଠାଇବେ ବୋଲି କହିଛନ୍ତି।

ଅନ୍ୟପଟେ ଏହି ମାମଲା ଉପରେ ବିଜେପି ମୁଖପାତ୍ର ରାଜନୀଶ ସିଂ ପ୍ରତିକ୍ରିୟା ରଖିଛନ୍ତି । ଅଯୋଧ୍ୟାରେ କରାଯାଇଥିବା ପ୍ରତ୍ୟେକ ବେଆଇନ କାମ ଉପରେ ଆମ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

   Related Posts