ନୀଳଗିରି ୨୫।୦୧: ସମାଜସେବାକୁ ନିଜର ବ୍ରତ ବୋଲି ମାନିଛନ୍ତି ଯୁବ ଇଞ୍ଜିନିୟର ଅମୂଲ୍ୟ କୁମାର ଜେନା । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ପୁନଦାଳ ଗ୍ରାମରେ ତାଙ୍କର ଜନ୍ମ । ପ୍ରଥମେ ବିର୍ଲା ଟାୟାରରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ପରେ ଏବେ ମୁମ୍ବାଇରେ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀରେ କାମ କରୁଛନ୍ତି। ହେଲେ ସମାଜ ସେବା ପାଇଁ ତାଙ୍କର ଦୁର୍ବଳତା ଥିବାରୁ ସେହିଠାରେ ଏହି ଉତ୍କଳମଣି ସ୍ୱେଛାସେବୀ ସଙ୍ଗଠନ କରି ସେବା ଯୋଗାଉଛନ୍ତି। ଅସହାୟ ରୋଗୀ ହୁଅନ୍ତୁ କିମ୍ବା ପରିବାରଙ୍କୁ ସେ ସହାୟତାର ହାତ ବଢ଼ାଇଛନ୍ତି। ଶୀତଦିନେ କମ୍ବଳ ବାଣ୍ଟିବା ସହ କୋଭିଡ଼ ସମୟରେ ସଚେତନ ଓ ମାସ୍କ ବାଣ୍ଟିବା ଭଳି କାର୍ଯ୍ୟକ୍ରମ କରି ଅଞ୍ଚଳବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ଏବେ ସେ ଗାଁକୁ ଆସି ପରିବାରକୁ ସମୟ ଦେବା ସହିତ ଅସହାୟ ପରିବାରଙ୍କ ଦୁଃଖ ଦୁର୍ଦଶା ବୁଝୁଛନ୍ତି।
ଶାହ ଫୁଙ୍କିଲେ ରଣତୂରୀ, ସୋନପୁରକୁ ପ୍ରଥମେ କାହିଁକି ବ...