ବିଧାନସଭାର ନୂଆ ଉପବାଚସ୍ପତି ସାଲୁଗା ପ୍ରଧାନ, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ

Published By : Prameya-News7 Bureau | November 21, 2023 IST

ଭୁବନେଶ୍ୱର ୨୧/୧୧: ବିଧାନସଭାର ନୂଆ ଉପ-ବାଚସ୍ପତି ହେଲେ ସାଲୁଗା ପ୍ରଧାନ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଜି.ଉଦଗିରିର ବିଧାୟକ । ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ମଙ୍ଗଳବାର ଉପବାଚସ୍ପତି ନିର୍ବାଚନ ପାଇଁ ଔପଚାରିକ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।

ସାଢେ ୯ଟା ବେଳେ ବିଧାନସଭାରେ ହୋଇଛି ମତଦାନ । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏକ ମାତ୍ର ପ୍ରାର୍ଥୀ ନାମାଙ୍କନ କରିଥିବାରୁ ସେ ପରବର୍ତ୍ତୀ ଉପ-ବାଚସ୍ପତି ହେବା ଏକ ପ୍ରକାର ସୁନିଶ୍ଚିତ ଥିଲା । ପରେ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବା କାର୍ଯ୍ୟକ୍ରମ ରହିଛି ।

you can also read...

wp:embed {"url":"https://www.prameyanews7.com/odisha-assembly-winter-session-start-from-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-assembly-winter-session-start-from-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.