ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ, ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ
20/11/2023 at 11:33 AM

ଭୁବନେଶ୍ୱର ୨୦/୧୧: ନାମାଙ୍କନ ଭରିଲେ ସାଲୁଗା ପ୍ରଧାନ । ଉପବାଚସ୍ପତି ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ । କହିବାକୁ ଗଲେ ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ । ୨୦୦୦ରୁ ୨୦୦୪ ଏବଂ ୨୦୧୯ରୁ ବର୍ତ୍ତମାନ ବିଧାୟକ ଅଛନ୍ତି ସାଲୁଗା ।
ସୂଚନା ଥାଉକି, ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି ହେବେ । ଜି. ଉଦୟଗିରିର ଏହି ବିଧାୟକ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି । ତେବେ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏବେ ଖାଲି ପଡିଛି ଉପବାଚସ୍ପତି ପଦ । ତେଣୁ ଆସନ୍ତା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଆୟୋଜିତ ହେବ ।
ସାଲୁଗା ପ୍ରଧାନ ହେଉଛନ୍ତି ଓଡିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ । ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି ।