ମଣିଷ ଶରୀର ପାଇଁ ଖୁବ୍‌ ଲାଭଦାୟକ ଏହି ମାଛ,  ଅନେକ ରୋଗରୁ ମିଳିବ ମୁକ୍ତି

Published By : Prameya-News7 Bureau | February 10, 2024 IST

ନୂଆଦିଲ୍ଲୀ ୧୦।୦୨: ବିଶ୍ବରେ ଅନେକ ମାଛ ଅଛନ୍ତି, ଯେଉଁମାନେ ମଣିଷ ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏପରି ଏକ ମାଛ ହେଉଛି ସେଲ୍‌ମନ୍ । ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟୋଲ୍‌ର ମାତ୍ରା କମିଥାଏ । ଏମିତିକି ଅନେକ ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ ।

{"id":907253,"sizeSlug":"large","linkDestination":"none"}

ସେଲ୍‌ମନ୍ ମାଛରେ ଅତିକମରେ ୩୦ଟି ସ୍ୱାସ୍ଥ୍ୟ ବୃଦ୍ଧିକାରୀ ମେଟାବୋଲିଜିମ୍ ମିଳିଥାଏ ।  ଏହାକୁ ଖାଇବା ଦ୍ବାରା ଓଜନ ହ୍ରାସ ହେବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ । ସେଲ୍‌ମନ୍ ମାଛରେ ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଓମେଗା -3 ଫ୍ୟାଟି ଏସିଡ୍, ଭିଟାମିନ୍ ଡି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ  ।

{"id":907254,"sizeSlug":"full","linkDestination":"none"}

ସ୍ୱାସ୍ଥ୍ୟ ସହିତ ଏହା ମାଂସପେଶୀ ତିଆରି କରିବାରେ ବେଶ୍‌ ଲାଭଦାୟକ ଅଟେ  । ଆମେରିକାର କଲୋରଡୋ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ୍ଚ ଟିମ୍‌ ସେଲ୍‌ମନ୍ ମାଛରେ ୪ ପ୍ରକାରର କମ୍ପାଉଣ୍ଡ ପାଇଛନ୍ତି । ରିସର୍ଚ୍ଚ ଟିମ୍‌ ୩୦-୪୯ ବର୍ଷର ୪୧ ଜଣଙ୍କ ଉପରେ ପରୀକ୍ଷା କରିଥିଲେ ।

{"id":907255,"width":841,"height":471,"sizeSlug":"full","linkDestination":"none"}

ଆଉ ଏଥିରୁ ୧୫୧୮ରୁ କମ୍ପାଉଣ୍ଡ ମିଳିଥିଲା । ଯେଉଁଥିରୁ ୫୦୮ଟି କମ୍ପାଉଣ୍ଡ କେବଳ ସେଲ୍‌ମନ୍ର ରହିଥିଲା । ତେବେ ବିଶ୍ବରେ ୭ ପ୍ରକାରର ସେଲ୍‌ମନ୍ ମାଛ ଦେଖିବାକୁ ମିଳିଥାନ୍ତି । ଏଥିମଧ୍ୟରୁ ପାଞ୍ଚଟି  ପ୍ରଜାତି ଉତ୍ତର ଆମେରିକା ଏବଂ ଅନ୍ୟ ୨ଟି ମସୁ ଏବଂ ଅମାଗୋ ଏସିଆରେ ଦେଖିବାକୁ ମିଳିଥାଏ ।

You Can Read:

wp:embed {"url":"https://www.prameyanews7.com/be-careful-if-you-eat-fatty-foods-it-destroys-the-immune-system/","type":"wp-embed","providerNameSlug":"prameya-news-7"}
https://www.prameyanews7.com/be-careful-if-you-eat-fatty-foods-it-destroys-the-immune-system/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.