scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସଲମାନ୍ ଖାନ୍ କୋର୍ଟକୁ କାହିଁକି କହିଛନ୍ତି ଯେ, ତାଙ୍କ ପଡ଼ୋଶୀଙ୍କ ଭିଡିଓ “ଅପମାନଜନକ ଓ ସାମ୍ପ୍ରଦାୟିକ ରୂପରେ ଉତ୍ତେଜନାମୂଳକ”?

13/08/2022 at 11:35 AM

ମୁମ୍ବାଇ 13/08 : ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟରେ ପାନଭେଲ ଫାର୍ମହାଉସର ପଡୋଶୀ କେତନ କକ୍କଡଙ୍କ ନାଁରେ କରିଛନ୍ତି ଏକ ବଡ଼ ଅଭିଯୋଗ। ସଲମାନ୍ କହିଛନ୍ତି ଯେ, ସୋସିଆଲ ମିଡିଆରେ କକ୍କଡଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଭିଡିଓଗୁଡିକ କେବଳ ଅପମାନଜନକ ନୁହେଁ ଏବଂ ସର୍ବସାଧାରଣଙ୍କୁ ଉସୁକେଇବା ପରି ତଥା ସାମ୍ପ୍ରଦାୟିକ ଉତ୍ତେଜନାମୂଳକ। ଜଷ୍ଟିସ ସି.ଭି ଭଦଙ୍ଗଙ୍କ ଏକ ଖଣ୍ଡ ପୀଠରେ ସଲମାନ ଖାନଙ୍କ ଆବେଦନ ଶୁଣାଣି କରିଛନ୍ତି।  ମାର୍ଚ୍ଚ 2022 ରେ ସିଭିଲ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି କକ୍କଡଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ସଲମାନ୍। ପାନଭେଲ ଫାର୍ମହାଉସରେ ହୋଇଥିବା କାର୍ଯ୍ୟକଳାପ ସମ୍ପର୍କରେ ପଡୋଶୀ କେତନ କକ୍କଡ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଥିଲେ। ଏହି ଭିଡିଓ ବିରୋଧରେ ସଲମାନ ଖାନଙ୍କ ଦ୍ୱାରା ଏକ ମାମଲା ଦାୟର କରାଯାଇଥିଲା।

ଆପମାନଜନକ ଭିଡିଓ ହଟାଇବାକୁ ଏବଂ ଏଣୁତେଣୁ ମନ୍ତବ୍ୟ ଦେବା ବନ୍ଦ୍ କରିବାକୁ ସଲମାନ ଖାନ୍ କୋର୍ଟଙ୍କ ସାହାଯ୍ୟ ଲୋଡିଥିଲେ। ଯେତେବେଳେ ସିଭିଲ କୋର୍ଟ ଏପରି ଆଦେଶ ଦେବାକୁ ମନା କରିଦେଲେ, ଅଭିନେତା ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ଶୁକ୍ରବାର ଦିନ ସଲମାନ ଖାନଙ୍କ ଓକିଲ ରବି କଦମ ଯୁକ୍ତି ଦର୍ଶାଇଛନ୍ତି ଯେ ସିଭିଲ କୋର୍ଟ ଏହାର ଆଦେଶରେ ଭୁଲ୍ କରିଛନ୍ତି। କଦମ କହିଛନ୍ତି, “କକ୍କଡଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଭିଡିଓଗୁଡିକ ସମ୍ପୂର୍ଣ୍ଣ କାଳ୍ପନିକ। ସେମାନେ କେବଳ ଅପମାନ କରିବାକୁ ଓ  ସଲମାନଙ୍କ ବିରୋଧରେ ଲୋକଙ୍କୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ”

ଭିଡିଓର ବିଷୟରେ ଶ୍ରୀ କଦମ୍  ଆହୁରି କହିଛନ୍ତି ଯେ,  ସଲମାନଙ୍କ ପଡ଼ୋଶୀ କେତନ କକ୍କଡ ସଲମାନ ଖାନ୍ ଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟ ବୋଲି କହଛନ୍ତି।  ଏହାସହ ତାଙ୍କ ଫାର୍ମହାଉସ ନିକଟ ପାନଭେଲରେ ସଲମାନ ଖାନ୍ ଗଣେଶ ମନ୍ଦିର ହଡପ୍ କରିବାକୁ ଚେଷ୍ଟା କରୁଥିବା କକ୍କଡ୍ କହିଛନ୍ତି। ଏମିତି କି ଭିଡିଓରେ କକ୍କଡ ସଲମାନ ଖାନଙ୍କୁ ବାବର ଏବଂ ଔରଙ୍ଗଜେବଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ଅଯୋଧ୍ୟା ମନ୍ଦିର ନିର୍ମାଣ ପାଇଁ 500 ବର୍ଷ ସମୟ ଲାଗିଛି ଏବଂ ସଲମାନ ଖାନ ଏଠାରେ ଗଣେଶ ମନ୍ଦିର ବନ୍ଦ୍ କରିବାକୁ ଯୋଜନା କରୁଛନ୍ତି। “

ବରିଷ୍ଠ ଆଇନଜୀବୀ ଯୁକ୍ତି କରିଛନ୍ତି, “ଏହି ଭିଡିଓଗୁଡିକୁ ଲକ୍ଷ ଲକ୍ଷ ଦର୍ଶକ ଦେଖୁଛନ୍ତି। ଏହା ସଲମାନଙ୍କ ବିରୋଧରେ ଦର୍ଶକଙ୍କୁ ଉସୁକାଉଛି। ଏହି ଭିଡିଓ ସବୁକିଛି ସାମ୍ପ୍ରଦାୟିକ କରିଛି ଏବଂ ଏହାକୁ ହିନ୍ଦୁ ବନାମ ମୁସଲିମ କରାଯାଉଛି।”

କକ୍କଡ ମଧ୍ୟ  ସଲମାନଙ୍କ ନାଁରେ ଅନେକ ମନ୍ତବ୍ୟ ଓ ଅଭିଯୋଗ କରିଛନ୍ତି  ଯାହା କି ବେଶ୍ ଅପମାନ ଜନକ। ସଲମାନ ଖାନ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ ଗ୍ୟାଙ୍ଗର ସଦସ୍ୟ ଅଟନ୍ତି। କଦମ କହିଛନ୍ତି ଯେ କକ୍କଡ ଆହୁରି ଅଭିଯୋଗ କରିଛନ୍ତି ଯେ ସଲମାନ ତାଙ୍କ ଫାର୍ମହାଉସରୁ ଡ୍ରଗ୍ସ ଚୋରା ଚାଲାଣ ଓ ଶିଶୁ ଚାଲାଣର ବ୍ୟବସାୟ କରୁଛନ୍ତି।

ଏହି ପ୍ରସଙ୍ଗରେ ସଂକ୍ଷିପ୍ତ ଯୁକ୍ତି ଶୁଣିବା ପରେ ବେଞ୍ଚ ଆସନ୍ତା ଅଗଷ୍ଟ 22 ରେ ଶୁଣାଣି ପାଇଁ  ତାରିଖ ସ୍ଥିର କରିଛନ୍ତି। କେତନ କକ୍କଡଙ୍କ ଓକିଲ ଆଭା ସିଂ ଏବଂ ଆଦିତ୍ୟ ସିଂଙ୍କ ମାଧ୍ୟମରେ ଟ୍ରାଏଲ କୋର୍ଟରେ ଦାବି କରିଛନ୍ତି ଯେ ଅଭିନେତା ତାଙ୍କ ଜମି ଛାଡିବାକୁ ଚାପ ପକାଇବାପାଇଁ ମାନହାନି ମୋକଦ୍ଦମା ଦାୟର କରିଛନ୍ତି।

   Related Posts