ରାହୁଲଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ ସଲମାନ ଖୁର୍ସିଦ, କହିଲେ…

Published By : Prameya-News7 Bureau | December 26, 2022 IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ସୋମବାର  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଲୌକିକ ମଣିଷର ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଜଣେ ଯୋଗୀଙ୍କ ପରି ଧ୍ୟାନର ସହ ତପସ୍ୟା କରୁଛନ୍ତି। ଯେଉଁ ସମୟରେ ଆମେ ଥଣ୍ଡାରେ ଥରୁଛୁ ଏବଂ ଜ୍ୟାକେଟ୍ ପିନ୍ଧୁଛୁ ସେହି ସମୟରେ ରାହୁଲ ନିଜର ଭାରତ ଯୋଡୋ ଯାତ୍ରା କେବଳ ଟି ସାର୍ଟ ପିନ୍ଧି କରୁଛନ୍ତି।

ସଲମାନ ଖୁର୍ସିଦ କହିଛନ୍ତି, ଭଗବାନ ରାମଙ୍କ କଠଉ ବହୁତ ଦୂର ପର୍ଯ୍ୟନ୍ତ ଯାଇଥାଏ। କେବେ କେବେ ପୁରୁଷୋତ୍ତମ ରାମ ପହଞ୍ଚି ପାରୁନଥିଲେ ଭରତ କଠଉ ନେଇ ପହଞ୍ଚି ଯାଉଥିଲେ। ଏମିତିରେ ଆମେ କଠଉ ନେଇ ଉତ୍ତର ପ୍ରଦେଶରେ ବାହାରିଛୁ। କଠଉ ୟୁପିରେ ପହଞ୍ଚି ଯାଇଛି, ରାମ ଜୀ(ରାହୁଲ ଗାନ୍ଧୀ) ମଧ୍ୟ ଆସିବେ।

{"id":726002,"sizeSlug":"full","linkDestination":"none"}

ଭାରତ ଯୋଡୋ ଯାତ୍ରାରେ ପ୍ରାୟ ୩୦୦୦ କିଲୋମିଟର ପଥ ଅତିକ୍ରାନ୍ତ କରିବା ପରେ ରାହୁଲ ଗାନ୍ଧୀ ସଂପ୍ରତି ଦିଲ୍ଲୀରେ ଅଛନ୍ତି। ପଦଯାତ୍ରା କରି  ରାହୁଲଙ୍କ ସହ ତାଙ୍କର ସହଯାତ୍ରୀ ଶନିବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ ହୋଇ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ ଅତିକ୍ରମ କରି ସାରିଛି। ପ୍ରାୟ ଆଠ ଦିନର ବିଶ୍ରାମ ପରେ ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ଶେଷରେ ଜମ୍ମ-କାଶ୍ମୀରରେ ପହଞ୍ଚିବ ଭାରତ ଯୋଡୋ ଯାତ୍ରା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.