ଋଷିଙ୍କୁ ଶ୍ରଦ୍ଧାଞ୍ଜଳି ବେଳେ କାହିଁକି ସଲମାନ୍ କହିଲେ 'ଭୁଲ କ୍ଷମା କରିଦିଅ ଚିଣ୍ଟୁ ସାର୍'...ସେହି 'କୋଲ୍ଡ ୱାର୍'ର କାହାଣୀ ଏବେ ବି ଚର୍ଚ୍ଚାରେ

Published By : Prameya-News7 Bureau | May 01, 2020 IST

ମୁମ୍ବାଇ ୦୧/୦୫ : ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଗୁରୁବାର ଦିନ ଦେହାନ୍ତ ହୋଇଛି | ସେ ମୁମ୍ବାଇ ସ୍ଥିତ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି | ସେ କ୍ୟାନସରରେ ପୀଡିତ ଥିଲେ | ନ୍ୟୁୟର୍କରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ କିନ୍ତୁ ରୋଗ ଆଗରେ ହାରି ଗଲେ | ଗତକାଲି ସନ୍ଧ୍ୟାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା | ଋଷିଙ୍କ ମୃତ୍ୟୁରେ ସାରା ବଲିଉଡ ଶୋକାକୁଳ ହୋଇଛି | ତମାମ ଅଭିନେତା ଅଭିନେତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ସମସ୍ତ କଳାକାର ସୋସିଆଲ ମିଡ଼ିଆରେ ଋଷି ସମ୍ପର୍କରେ କିଛି ନା କିଛି ଲେଖିଛନ୍ତି | ସଲମାନ ଖାନ ମଧ୍ୟ ଋଷି କପୁରଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି | ଗଭୀର ଶୋକ ପ୍ରକାଶ କରି ସଲମାନ ଋଷିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି | ତେବେ ସଲମାନ ଋଷିଙ୍କୁ କାହିଁକି କ୍ଷମା ମାଗିଛନ୍ତି ତାହା ସମସ୍ତେ ଜାଣିବାକୁ ଇଛା ପ୍ରକାଶ କରିଛନ୍ତି |

ସଲମାନ ଖାନ ଓ ଋଷି କପୁରଙ୍କ ମଧ୍ୟରେ ବହୁ ପୂର୍ବରୁ କୋଲ୍ଡ ୱାର ଚାଲିଥିଲା | କିନ୍ତୁ ଋଷିଙ୍କ ଦେହାନ୍ତ ପରେ ସଲମାନ ଦୁଃଖ ପ୍ରକାଶ କରି ଏକ ଟ୍ୱିଟ କରିଛନ୍ତି | ସେ ଲେଖିଛନ୍ତି, ' ଶ୍ରଦ୍ଧାଞ୍ଜଳି ଚିଣ୍ଟୁ ସାର, ଆମ ଭିତରେ ଯାହା ଥିଲା, ମୁଁ ଯାହା ବି କହିଛି ସେଥିପାଇଁ ମୋତେ କ୍ଷମା କରିଦିଅନ୍ତୁ' | ପରିବାରକୁ ଶାନ୍ତି, ଶକ୍ତି ଓ ଭଗବାନଙ୍କ ଆଶୀର୍ବାଦ ମିଳୁ |'

ସଲମାନଙ୍କ ଏହି ଟ୍ୱିଟ ପରେ ପ୍ରଶଂସକ ଜାଣିବାକୁ ଇଛୁକ ଅଛନ୍ତି ଯେ, ସଲମାନ ଋଷିଙ୍କୁ ଏମିତି କଣ କହିଥିଲେ ଯେଉଁଥିପାଇଁ ସେ ଭୁଲ ମାଗିଛନ୍ତି | ସୋନାମ କପୁରଙ୍କ ବାହାଘର ସମୟରେ ସଲମାନ ଓ ରଣବୀରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା | ସେତେବେଳେ ସଲମାନ ଓ ଋଷିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେବାକୁ ଥିଲା କିନ୍ତୁ ହୋଇନଥିଲା |

{"id":263095,"sizeSlug":"large"}

ଅନେକ ରିପୋର୍ଟରେ ଏ ସମ୍ପର୍କରେ ଖବର ରହିଛି ଯେ ସଲମାନ ଥରେ ସଞ୍ଜୟ ଦତ୍ତଙ୍କ ସହିତ ମୁମ୍ବାଇର ଏକ କ୍ଲବରେ ପାର୍ଟି କରିବାକୁ ଯାଇଥିଲେ | ସେହି କ୍ଲବରେ ଋଷିଙ୍କ ପୁଅ ରଣବୀର ମଧ୍ୟ ଥିଲେ | ରଣବୀର ମଧ୍ୟ ନିଜ ସାଙ୍ଗମାନଙ୍କ ସହ ସେହି ପାର୍ଟିକୁ ଯାଇଥିଲେ | ସେତେବେଳେ ରଣବୀର କୌଣସି ଫିଲ୍ମ କରିନଥିଲେ | ସେ ଫିଲ୍ମ ଜଗତରେ ପାଦ ଦେଇନଥିଲେ | ପାର୍ଟିରେ ସଲମାନ ଓ ରଣବୀରଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଝଗଡା ହୋଇଥିଲା | ଝଗଡା ଏତେ ଆଗକୁ ବଢିଯାଇଥିଲା ଯେ ସଲମାନ ରାଗିଯାଇ ରଣବୀରଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ | ସଞ୍ଜୟ ଦତ୍ତ ସେତେବେଳେ ମାମଲା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ | ଘଟଣା ପରେ ସଲମାନ ଓ ଋଷି କପୁରଙ୍କ ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା |

ଘଟଣା ସମ୍ପର୍କରେ ସଲମାନଙ୍କ ପିତା ସଲିମ ଖାନ ଜାଣିବା ପରେ ସଲାମଙ୍କୁ ଏହି ଭୁଲ ପାଇଁ ଋଷି କପୁରଙ୍କୁ କ୍ଷମା ମାଗିବାକୁ କହିଥିଲେ | କିନ୍ତୁ ସଲମାନ ପିତାଙ୍କ କଥାରେ ରାଜି ହୋଇନଥିଲେ | କିନ୍ତୁ ସଲମାନଙ୍କ ତରଫରୁ ସଲିମ ଖାନ ନିଜେ ଋଷି କପୁରଙ୍କୁ ଭୁଲ ମାଗିଥିଲେ | ଏହାପରେ ଉଭୟ ପରିବାର ମଧ୍ୟରେ ଥିବା ସମ୍ପର୍କରେ ଟିକେ ସୁଧାର ଆସିଥିଲା| କିନ୍ତୁ ପରେ ରଣବୀର ଫିଲ୍ମ ଜଗତକୁ ଆସିବା ପରେ କ୍ୟାଟ୍ରିନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା| ରଣବୀର ଓ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ପୁଣିଥରେ ସଲମାନଙ୍କ ସହ ତାଙ୍କର ସମ୍ପର୍କ ଖରାପ ହୋଇଥିଲା | ସେଥିପାଇଁ ଋଷି କପୁରଙ୍କ ନିଧନ ଖବର ଶୁଣି ସଲମାନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଭୁଲ ମାଗିଛନ୍ତି ବୋଲି ଅନୁମାନ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.