ସଲମାନ ଠାରୁ ଶାହାରୁଖ୍ ଯାଏଁ, ଅନନ୍ତ ଅମ୍ଵାନୀ-ରାଧିକା ମର୍ଚାଣ୍ଟଙ୍କ ପାର୍ଟିରେ ପହଞ୍ଚିଲେ ବଲିଉଡ୍ର ଏହି ଷ୍ଟାର…
30/12/2022 at 11:07 AM

ନୂଆଦିଲ୍ଲୀ ୩୦।୧୨ : ଦେଶର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ୱାନୀଙ୍କ ସାନ ପୁଅଙ୍କ ନିର୍ବନ୍ଧ ଶେଷ ହୋଇଛି । ବିରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚେଣ୍ଟଙ୍କ ସହ ରାଜସ୍ଥାନର ନାଥଦ୍ୱାରା ସ୍ଥିତ ଶ୍ରୀନାଥଜୀ ମନ୍ଦିରରେ ହୋଇଛି । ଏହି ଉତ୍ସବରେ ପରିବାରର ଘନିଷ୍ଠ ସଦସ୍ୟ ଥିଲେ । ଅନନ୍ତ ଅମ୍ୱାନୀଙ୍କ ନିର୍ବନ୍ଧ (ରୋକା) ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍ ଗ୍ରୁପର ଅଧ୍ୟକ୍ଷ ପରିମଳ ନାଥୱାନୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ଦୀର୍ଘ ଦିନରୁ ରାଧିକାଙ୍କ ସହ ଅନନ୍ତଙ୍କ ବିବାହ ନେଇ ଚର୍ଚ୍ଚନା ହୋଇ ଆସୁଥିଲା । ତେବେ ପରିବାର ପକ୍ଷରୁ ଏହା ଉପରେ ଆନୁଷ୍ଠାନିକ ଭାବେ କୌଣସି ଟିପ୍ପଣୀ କରାଯାଇ ନ ଥିଲା । କିନ୍ତୁ ଗୁରୁବାର ରୋକା ଖବର ସ୍ପଷ୍ଟ କରିଛି ଯେ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚେଣ୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କ ନିର୍ବନ୍ଧ ବେଳର ଫଟୋ ଭାଇରାଲ ହେବାରେ ଲାଗିଛି ।
ଏଭଳି ପରିସ୍ଥିତିରେ ଆଣ୍ଟିଲିଆରେ ଏକ ପାର୍ଟୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବହୁ ବଲିଉଡ ତାରକା ଅଂଶଗ୍ରହଣ କରିଥିଲେ। ଏହି ସମସ୍ତ ତାରକାଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ବିବାହ ପରେ ମୁମ୍ବାଇରେ ଆୟୋଜିତ ପାର୍ଟି ପାଇଁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏକ ରାଜକୀୟ ଅବତାରରେ ଆସିଥିଲେ। ଅନ୍ୟପକ୍ଷରେ, ଜାହ୍ନବୀ କପୁର ଗୋଲାପୀ ରଙ୍ଗର ଫ୍ଲୋରାଲ ଶାଢୀ ରେ ନଜର ଆସିଥିଲେ। ଏହା ବ୍ୟତୀତ ମେଜାନ ଜାଫି ମଧ୍ୟ ପାର୍ଟିରେ ଉପସ୍ଥିତ ଥିଲେ।
ସଲମାନ ଖାନ ଓ ଶାହରୁଖ ଖାନ ମଧ୍ୟ ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ପାର୍ଟିରେ ପହଞ୍ଚିଥିଲେ। ରଣଭୀର ସିଂ ପୁଣି ଥରେ ତାଙ୍କ କୁଲ ଷ୍ଟାଇଲ୍ରେ ଅମ୍ବାନୀ ପରିବାର ପାର୍ଟୀରେ ସାମିଲ ହୋଇଥିଲା ।