ବଲିଉଡର ଏହି ଦୁଇ ଜଣ ଷ୍ଟାରଙ୍କୁ ସଲମାନଙ୍କ ଘରକୁ ଯିବା ମନା : ଜାଣନ୍ତୁ କିଏ
15/01/2019 at 4:57 PM

ମୁମ୍ବାଇ ୧୫/୧: ବଲିଉଡର ଦବଙ୍ଗ ଖାନ୍ ଓରଫ ସଲମାନ ଖାନ୍ ଯେତେ ଦିଲଦାର ହେଲେ ମଧ୍ୟ ଯାହା ସହିତ ତାଙ୍କର ଶତ୍ରୃତା ସୃଷ୍ଟି ହୁଏ ତାକୁ ସେ କେବେ ଛାଡ଼ନ୍ତି ନାହିଁ। ସଲମାନ ଯେତେ ମିଠା ସେତେ ବେଶୀ ତାଙ୍କ ରାଗ। ଯଦି କେହି ତାଙ୍କ ନଜରକୁ ଆସିଗଲେ ତେବେ ସଲମାନ ତାଙ୍କୁ ନିଜ ପାଖକୁ ଆସିବାକୁ ଦିଅନ୍ତି ନାହିଁ। ଥରେ ବିବେକ ଓବେରୟଙ୍କୁ ମଧ୍ୟ ତାଙ୍କ ରାଗର ଶିକାର ହେବାକୁ ପଡ଼ିଥିଲା ଏବଂ ଏହି ଭୁଲ୍ ଏବେ ଅର୍ଜୁନ କପୁର କରିଛନ୍ତି।
ସୂଚନା ଅନୁସାରେ ଏବେ ସଲମାନ ନିଜ ଘରେ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ପିତା ବୋନି କପୁରଙ୍କ ପ୍ରବେଶ ନିଷେଧ କରି ଦେଇଛନ୍ତି। ଏବେ ସଲମାନ ଖାନ୍ ଅର୍ଜୁନଙ୍କ ସହ ଦୂରତା ସ୍ଥାପନ କରିବା ସହ ତାଙ୍କ ପିତା ବୋନି କପୁରଙ୍କ ସହ ମଧ୍ୟ ଦୂରତା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବଂ କହିଛନ୍ତି ସେମାନେ କେବେ ବି ଖାନ୍ ପରିବାରର ଅଂଶ ହୋଇପାରିବେ ନାହିଁ।
ଏପରି ଶୁଣିବାକୁ ମିଳିଛି ଯେ ସଲମାନ ଗତ କିଛି ଦିନରୁ ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କୁ ନେଇ ଚାଲିଥିବା ଖବର ଶୁଣି ଅସନ୍ତୁଷ୍ଟ ଅଛନ୍ତି ଏଥିପାଇଁ ସଲମାନ ଦୁଇଜଣଙ୍କ ପ୍ରବେଶ ବନ୍ଦ କରିଦେଇଛନ୍ତି। ଅରବାଜ ମଲାଇକାଙ୍କୁ ଛାଡ଼ପତ୍ର ଦେବାପରେ ବାରମ୍ବାର ଏହି ଖବର ସାମନାକୁ ଆସୁଛି ଯେ ଅର୍ଜୁନ ଏବଂ ମଲାଇକା ବିବାହ କରିବାକୁ ଯାଉଛନ୍ତି। ବାସ୍ ଏହି କଥା ସଲମାନଙ୍କୁ ପସନ୍ଦ ଆସୁନାହିଁ।