ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାମ୍ନାକୁ ଆସିଲା ‘Bigg Boss-16’ର ପ୍ରିମିୟର ଡେଟ୍‌, ଜାଣନ୍ତୁ କେବେ ହେବ ଟେଲିକାଷ୍ଟ

1/09/2022 at 12:24 PM

ନୂଆଦିଲ୍ଲୀ ୦୧।୦୯: କଲର୍ସର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ ବସ୍ । ବର୍ତ୍ତମାନ ଏହି ଶୋ’ ନୂଆ ସିଜିନ୍‌ର ପ୍ରିମିୟର ଡେଟ୍‌କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। ଆପଣଙ୍କର ଏହି ଇଚ୍ଛା ଏବେ ପୂରଣ ହେବାକୁ ଯାଉଛି। କାରଣ ସଲମାନଙ୍କ ଶୋ ବିଗ୍ ବସ୍ -୧୬ କେବେ ପ୍ରସାରିତ ହେବ ତାହାର ବିଷୟରେ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି ।  

କେବେ ବିଗ୍ ବସ୍ -୧୬ ଟେଲିକାଷ୍ଟ ହେବ?

ଟେଲି ଚକ୍କରଙ୍କ ରିପୋର୍ଟ ଅନୁଯାୟୀ, ବିଗ୍ ବସ୍-୧୬ ଏକ ଟେଣ୍ଟିଟିଭ୍ ରିଲିଜ୍ ତାରିଖ ମିଳିଛି। ଖବର ଅନୁଯାୟୀ, ଅକ୍ଟୋବର ୧ ରେ ଲଞ୍ଚ କରାଯିବ। କିନ୍ତୁ ବର୍ତ୍ତମାନ ଏହି ରିପୋର୍ଟରେ ଶୋ’ର ରିଲିଜ୍ ତାରିଖ ଅକ୍ଟୋବର ୮ ବୋଲି କୁହାଯାଉଛି। ଦେଶର ସବୁଠୁ ବଡ ରିଆଲିଟି ଶୋ’ ବିଷୟରେ ଏହି ଖବରରେ କେତେ ସତ୍ୟ ଅଛି, ତାହା ଆସନ୍ତା କିଛି ଦିନ ମଧ୍ୟରେ ଜଣା ପଡିବ । କୁହାଯାଉଛି ଯେ ଏଥର ଶୋ’ରେ ଆକ୍ୱା ଥିମ୍ ରହିବ। ସଲମାନ ଏହି ସିଜିନ୍‌ ହୋଷ୍ଟ କରୁଥିବା ବେଳେ ବିପୁଳ ପରିମାଣର ଟଙ୍କା ନେଇଥିବାର କଳ୍ପନାଜଳ୍ପନା ଚାଲିଛି।

BB ଓଟିଟି-୨ ଆସିବ ନାହିଁ?

ଅନ୍ୟପଟେ, ବିଗ୍ ବସ୍ OTT କୁ ଅପେକ୍ଷା କରୁଥିବା ପ୍ରଶଂସକମାନଙ୍କୁ ଏଥର ବିଗ୍‌ବସ୍‌ ଓଟିଟି ଆସିବ ନାହିଁ ବୋଲି କୁହାଯାଉଇଛି ।  ଏହା ଚଳିତ ବର୍ଷ ଷ୍ଟ୍ରିମ୍ ହେବ ନାହିଁ ।

ଏହି ଶୋ’ରେ କିଏ ଅଂଶଗ୍ରହଣ କରିବେ?

ବିଗ୍ ବସ-୧୬ ପାଇଁ ପ୍ରଶଂସକମାନେ ବହୁତ ଆଶା ରଖିଛନ୍ତି । ନିର୍ମାତାମାନେ ମଧ୍ୟ ଏହି ସିଜିନ୍‌ ପାଇଁ ବହୁତ କିଛି କରୁଛନ୍ତି । ଟିଆରପି ଅଧିକ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ।  କିନ୍ତୁ ସୋସିଆଲ ମିଡିଆରେ ଅନେକ ସେଲିବ୍ରେଟଙ୍କ ନାମ ଦେଖିବାକୁ ମିଳିଛି। ସେଥିମଧ୍ୟରୁ ରାଜୀବ ସେନ, ଚାରୁ ଆସୋପା, ମୁନାଭୱାର ଫାରୁକି, ଜନ୍ନତ ଜୁବିର,ଫୈଜୁ ଶେଖଙ୍କ ନାମ ଆଲୋଚନାରେ ଅଛି।

   Related Posts