vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ସଲମନଙ୍କ ସିକ୍ସ ପ୍ୟାକ୍‌ ଫଟୋ ହେଉଛି ଭାଇରାଲ, ଜାଣନ୍ତୁ ଆଗାମୀ ପିଲ୍ମ ପାଇଁ କେତେ ଓଜନ କମାଇଲେ ଭାଇଜାନ

27/07/2019 at 7:47 PM

ମୁମ୍ବାଇ୨୭|୭: ବଲିଉଡ ସୁପରଷ୍ଟାର ସଲମନ ଖାନଙ୍କ ଅଭିନୀତ ପିଲ୍ମ ‘ଭାରତ’ ର ସଫଳତା ପରେ ଏବେ ‘ଦବଙ୍ଗ-୩’ର ସୁଟିଂ ଦ୍ରୁତଗତିରେ ଚାଲିଛି। ଏଇ କେଇ ଦିନ ହେବ ସଲମନ ଫିଲ୍ମ ଛଡ଼ା ଲଗାତାର ଭାବେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଛନ୍ତି। ସଲମନ ନିଜର ବ୍ୟକ୍ତିଗତ ଜୀବନ ସହ ଜିମରେ ବ୍ୟାୟାମ କରିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।  ୫୩ ବର୍ଷୀୟ ସଲମନ ପୁଣି ଥରେ ନିଜର ଜବରଦସ୍ତ ଫିଟନେସ୍ ଓ ମସଲ ଦେଖାଇ ଦର୍ଶକଙ୍କୁ ଚମକାଇ ଦେଇଛନ୍ତି।

View this post on Instagram

Work in progress…

A post shared by Salman Khan (@beingsalmankhan) on

ଏପରିକି ବେୟାର ବଡିର ଫଟୋ ସଲମନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସଲମନଙ୍କ ଖୋଲା ଦେହର ଫଟୋ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସଲମନଙ୍କ ୬ ପ୍ୟାକ୍ ସ୍ପଷ୍ଟ ଭାବେ ଜଣାପଡୁଛି। ଏହି ଫଟୋରେ ସଲମନ ଡେନିମ୍ ଜିନ୍ସ ପ୍ୟାଣ୍ଟ ପିନ୍ଧିଛନ୍ତି । ଫଟୋର କ୍ୟାପସନ୍ ରେ ସଲମାନ ଲେଖିଛନ୍ତି, ‘କାମ ଚାଲିଛି, ସଲମନଙ୍କ ଫଟୋକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରିବା ସହ ସେୟାର ମଧ୍ୟ କରିଛନ୍ତି। ଏହି ଫଟୋରେ ଜଣେ ୟୁଜର୍ସ କମେଣ୍ଟ ଲେଖିଛନ୍ତି, ‘ଭାଇ ଏକ ନମ୍ବର, ଭାଇ ଆପଣଙ୍କ ସହ ଆଉ କେହି ସମାନ ହୋଇପାରିବେ ନାହିଁ’। ଆଉ ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି “ଭାଇ ମାର୍କେଟରେ ନିଆଁ ଲଗାଇ ଦେଇଛନ୍ତି”

View this post on Instagram

Don’t thakao paani bachao

A post shared by Salman Khan (@beingsalmankhan) on

ସଲମନ ତାଙ୍କ ଭୂମିକାକୁ ନେଇ ବହୁତ ସତର୍କ ରହିଛନ୍ତି। ଚରିତ୍ରରେ ପଶିବା ପାଇଁ ସଲମାନ ବହୁତ ପରିଶ୍ରମ କରିଥାନ୍ତି। ଭାରତ ଫିଲ୍ମରେ ସଲମନ ନିଜର ଓଜନ କମାଇଥିଲେ ଓ ପରେ ପୁଣି ଓଜନ ବଢ଼ାଇଥିଲେ। ସୂଚନା ମୁତାବକ, ସଲମାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ-୩’ ପାଇଁ ସେ ୭ କିଲୋ ଓଜନ କମାଇଛନ୍ତି। ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି। ସେହିପରି ‘ଭାରତ’ ଫିଲ୍ମରେ ତାଙ୍କୁ ୩ କିଲୋ ଓଜନ କମାଇକୁ ପଡ଼ିଥିଲା।

   Related Posts