ଆସିବ ଭାରତର ସବୁଠାରୁ ବଡ଼ ଆକ୍ସନ ଫିଲ୍ମ, ଅଭିନୟ କରିବେ ସଲ୍ମାନ ଖାନ୍ ଏବଂ ଶାହରୁଖ୍ ଖାନ୍ଙ୍କ ଟିମ୍
4/07/2022 at 10:00 PM

ମୁମ୍ୱାଇ, ୦୪/୦୭: ବଲିଉଡ୍ର ଦୁଇ ସୁପରଷ୍ଟାର ହେଉଛନ୍ତି ସଲମାନ୍ ଖାନ୍ ଏବଂ ଶାହରୁଖ ଖାନ୍ । ଏହି ଦୁଇ ଅଭିନେତା ଏବେ ସେମାନଙ୍କ ଫ୍ୟାନ୍ସଙ୍କୁ ସର୍ପ୍ରାଇଜ୍ ଦେବାକୁ ଯାଉଛନ୍ତି । କାରଣ ଗୋଟିଏ ଫିଲ୍ମରେ ଦୁଇ ଅଭିନେତା ଅଭିନୟ କରିବାକୁ ଯାଉଛନ୍ତି । ଏହାର ନାମ ପଠାନ୍ ଆଣ୍ଡ୍ ଟାଇଗର୍ ୩ ରହିଛି । ମିଳିଥିବା ସୂଚନା ଅନୁସାରେ ସଲମାନ୍ ଏବଂ ଏସ୍ଆର୍କେଙ୍କ ଟିମ୍ ଆଦିତ୍ୟ ଚୋପ୍ରାଙ୍କ ଲିଖିତ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତି ସରିଛି । ଏହି ଫିଲ୍ମ ୟସ୍ରାଜ୍ ଫିଲ୍ମସ୍ ବ୍ୟାନରରେ ନିର୍ମାଣ କରାଯିବ ।
ପିଙ୍କଭିଲା ନାମକ ଏକ ୱେବ୍ସାଇଟ୍କୁ ମିଳିଥିବା ସୂଚନା ଅନୁସାରେ ଆଦିତ୍ୟ ଚୋପ୍ରା ଦର୍ଶକଙ୍କୁ ଏକ ନୂଆଧରଣର ଆକ୍ସନ ମୁଭି ଭେଟି ଦେବାକୁ ଯାଉଛନ୍ତି । ଟାଇଗର ଏବଂ ପଠାନ୍ ଚଳଚ୍ଚିତ୍ରରେ ଦୁଇ ହିରୋଙ୍କ ଆକ୍ସନ୍ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରାଇବା ନେଇ ଯୋଜନା ସହ ଷ୍ଟୋରା ଲେଖୁଛନ୍ତି ଆଦିତ୍ୟ।