ଧମକକୁ ଡରନ୍ତିନି ଭାଇଜାନ୍, କଡା ସୁରକ୍ଷା ଉପରେ ଜତାଇଲେ ଆପତ୍ତି !
21/03/2023 at 2:08 PM

ମୁମ୍ବାଇ ୨୧/୦୩ : ନିକଟରେ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନଙ୍କୁ ଇ-ମେଲ ମାଧ୍ୟମରେ ଧମକ ମିଳିଥିଲା। ଏହାପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି। କିନ୍ତୁ ସଲମାନଙ୍କ ବନ୍ଧୁମାନଙ୍କ କହିବା ଅନୁୟାୟୀ, ସଲମାନଙ୍କୁ କୌଣସି ଧମକର କିଛି ବି ଫରକ ପଡ଼େନି। ସେ ମୁକ୍ତ ଭାବରେ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି।
ଦୀର୍ଘଦିନ ଧରି ସଲମାନଙ୍କୁ ମିଳୁଛି ଧମକ। 2019ରେ ମଧ୍ୟ ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁଙ୍କଠାରୁ ମୃତ୍ୟୁ ଧମକ ପାଇଥିଲେ। ଏଥି ସହିତ, ନିକଟରେ ତାଙ୍କ ମ୍ୟାନେଜର ଏକ ଇ-ମେଲ୍ ପାଇଥିଲେ। ଯେଉଁଥିରେ ତାଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବାରଡଙ୍କ ସହ କଥା ହେବାକୁ କୁହାଯାଇଥିଲା। ଧମକ ଦିଆଯାଇଥିଲା ଯେ, ଯଦି ଯଦି କଥାବାର୍ତ୍ତା ନ କରନ୍ତି ତେବେ ଏକ ବଡ ଝଟକା ଦିଆଯିବ। ଏହି ବାର୍ତ୍ତା ପାଇବା ପରେ ମ୍ୟାନେଜର ତୁରନ୍ତ ପୋଲିସରେ ଅଭିଯୋଗ କରିଥିଲେ। ପରେ ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

TOIର ରିପୋର୍ଟ ଅନୁଯାୟୀ, ସଲମାନଙ୍କର ଜଣେ ବନ୍ଧୁ କହିଛନ୍ତି ଯେ, ”ଏହି କଥା ଅଭିନେତାଙ୍କୁ ବ୍ୟଥିତ କରେ ନାହିଁ। ସଲମାନ ଏହି ବିପଦକୁ ଅତି ସାଧାରଣ ଉପାୟରେ ଗ୍ରହଣ କରୁଛନ୍ତି। କିମ୍ବା ବୋଧହୁଏ ସେ ଅଭିନୟ କରୁଛନ୍ତି, ଯେପରି ସେମାନଙ୍କ ବାପା ମା ଏହାକୁ ନେଇ ଚିନ୍ତା ନ କରନ୍ତି। ସଲମାନ ଏହି କଡା ସୁରକ୍ଷା ବିରୁଦ୍ଧରେ ଥିଲେ। ସଲମାନ ଅନୁଭବ କରନ୍ତି ଯେ, ଏହା କରିବା ଦ୍ୱାରା ଆପଣ ତାଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଅଧିକ ଧ୍ୟାନ ଦେଉଛନ୍ତି । ଭୟରୁ ଆପଣ ଯେତେ ଅଧିକ ସୁରକ୍ଷା ବୃତ୍ତିକୁ ବଢ଼ାଇବେ, ସେ ତାଙ୍କ ଯୋଜନାରେ ଅଧିକ ସଫଳ ହେବେ। ଏହା ବ୍ୟତୀତ ସଲମାନ ସର୍ବଦା ମୁକ୍ତ ଭାବରେ ଜୀବନଯାପନ କରିବାକୁ ବିଶ୍ୱାସ କରନ୍ତି। ସଲାମାନ କୁହନ୍ତି ଯେତେବେଳେ ଯାହା ଘଟିବାକୁ ଥିବ ତାହା ଘଟିବ।
ପାରିବାରିକ ଚାପ ଯୋଗୁଁ ସେ ତାଙ୍କର ସମସ୍ତ ବାହ୍ୟ ଯୋଜନାକୁ ମନା କରି ଦେଉଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର କିସି କା ଭାଇ କିସି କି ଜାନ୍ ଇଦରେ ରିଲିଜ ହେବ।