ସଲମାନଙ୍କୁ ଥରେ ନୁହଁ ତିନି ଥର କାମୁଡିଛି ସାପ, କହିଲେ-ଚୋଟ ମାରିବା ସମୟରେ ସାପ ସହ ନେଇଥିଲି ସେଲଫି

Published By : Prameya-News7 Bureau | December 27, 2021 IST

ନୂଆଦିଲ୍ଲୀ ୨୭।୧୨ : ବଲିଉଡ୍ ଭାଇଜାନ୍ ସଲମାନ ଖାନ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । କିନ୍ତୁ ଏଥର ବିଳମ୍ବିତ ରାତିରେ ସଲମାନଙ୍କୁ ସାପ କାମୁଡିବାଥିବା ଯୋଗୁଁ ଓ ସେ ହସ୍ପିଟାଲ ଯାଇଥିଲେ । ଏହି ଖବର ଜାଣିବା ମାତ୍ରେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ହେଲେ ଏବେ ଭାଇଜାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି । ଏବଂରାତିରେ ତାଙ୍କ ଜନ୍ମଦିନ ପାଳିଛନ୍ତି । ସେ ଇଣ୍ଡଷ୍ଟ୍ରୀର ଲକ୍ଷେ ତରୁଣୀ ତାଙକୁ ହୃଦୟ ଦେଇ ବସିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସେ ମୋଷ୍ଟ ଇଲିଜିବଲ ବ୍ୟାଚେଲର ତାଲିକାରେ ରହି ଯାଇଛନ୍ତି ।

wp:html
/wp:html

କିନ୍ତୁ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ସାପ କାମୁଡ଼ିବାର କାହାଣୀ ବର୍ଣ୍ଣନା କରୁଥିବାବେଳେ ସଲମାନ ଖାନ କହିଛନ୍ତି ଯେ ସାପ ତାଙ୍କୁ ଥରେ ନୁହେଁ, ତିନିଥର ଚାଟ ମାରିଛି। ତାଙ୍କ ଜନ୍ମଦିନ ଅବସରରେ ସଲମାନ ପାନଭେଲର ଫାର୍ମ ହାଉସ ବାହାରେ ବିଳମ୍ବିତ ରାତ୍ରିରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବା ସମୟରେ ଏହି ଘଟଣା ବିଷୟରେ ବର୍ଣ୍ଣନା କରି କହିଥିଲେ। ସେ କହିଛନ୍ତି, "କୋଠରୀରେ ଏକ ସାପ ପଶି ଯାଇଥିଲା। ଏଭଳି ପରିସ୍ଥିତିରେ ପିଲାମାନେ ଭୟଭୀତ ହେଲେ, ତେଣୁ ମୁଁ ସାପକୁ ବାହାର କରିବା ପାଇଁ କୋଠରୀକୁ ଯାଇଥିଲି। ମୁଁ ଏକ କାଠ ମାଗିଲି, ଏହା ପରେ ମୁଁ କାଠ ସାହାଯ୍ୟରେ ସେ ସାପଟିକୁ ବାହାର କରି ବାହାରକୁ ଆଣିଲି । ହେଲେ କାଠ ଉପରେ ଗୁଡ଼ାଇ ହୋଇଥିବା ସାପଟି ଧୀରେ ଧୀରେ ମୋ ହାତ ଆଡକୁ ଆସିଥିଲା । ତେଣୁ ମୁଁ ସାପକୁ ଅନ୍ୟ ହାତରେ ନେଇ ବାହାରକୁ ଆସିଲା ବେଳେ ସମସ୍ତେ ଏକତ୍ରିତ ହୋଇଥିଲେ ।

କିନ୍ତୁ ସେଠାରେ ସମସ୍ତଙ୍କ ଶବ୍ଦ ଶୁଣି ସାପଟି ମୋତେ ଥରେ ନୁହେଁ ବରଂ ତିନିଥର ଥରେ ନୁହେଁ କାମୁଡ଼ିଥିଲା। ଏହା ପରେ ଆମେ ତୁରନ୍ତ ଡାକ୍ତରଖାନା ଯାଇଥିଲୁ । ସେଠାରୁ ଡାକ୍ତରଖାନା ଯେଉଁଠାରେ ମୋତେ ଆଣ୍ଟି-ଇଞ୍ଜେକ୍ସନ ଦେଇଥିଲେ । ଏହାକୁ ନେଇ ସଲମାନ ଆହୁରି ମଧ୍ୟ କହିଛନ୍ତି- ଯେ ଏହି ସାପ କାମୁଡ଼ିବା ପରେ ତାଙ୍କୁ ୬ଘଣ୍ଟା ହସ୍ପିଟାଲରେ ରଖାଯାଇଥିଲା। ଯାହା ପରେ ତାଙ୍କୁ ଘରକୁ ଆସିବାକୁ ଅନୁମତି ଦିଆଯାଇଥିଲା। ସଲମାନ ଖାନ ହସି କହିଲେ, ସାପ କାମୁଡ଼ିବା ସମୟରେ ମୋ ଭଉଣୀ ଅର୍ପିତା ବହୁତ ଡରି ଯାଇଥିଲେ । ହେଲେ ସେତେବେଳକୁ ମୁଁ ସାପ ସହିତ ସେହି ସମୟରେ ବନ୍ଧୁତା କରିଥିଲି। ଏବଂ ମୁଁ ସାପ ସହିତ ସେଲଫି ନେଇଥିଲି। ଏବଂ ତା’ପରେ ଛାଡି ଦେଇଥିଲି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.