ରୌପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କୁ ଭେଟିଲେ ସଲମାନ ଖାନ୍, ସେୟାର କଲେ ଫଟୋ

Published By : Prameya-News7 Bureau | August 13, 2021 IST

ମୁମ୍ବାଇ, ୧୩|୦୮:   ଅଲିମ୍ପିକରେ ଦେଶ ପାଇଁ ଗୌରବ ଆଣିଥିବା ବିଜେତା ଓ ବିଜୟିନୀଙ୍କୁ ବଲିଉଡ୍ ସେଲିବ୍ରିଟିମାନେ ସାକ୍ଷାତ କରୁଛନ୍ତି । ନିକଟରେ କ୍ରିକେଟର ସଚିନ ତେନ୍ଦୁଲକର ମୀରାବାଇ ଚାନୁଙ୍କୁ ଭେଟିଥିଲେ । ଏବେ ଦବଙ୍ଗ ଖାନ ସଲମାନ ଖାନ୍ ମୀରାବାଇଙ୍କୁ ସାକ୍ଷାତ କରିବା ସହ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସଲମାନ ଖାନ ମୀରାବାଇଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଟ୍ୱିଟରରେ ଫଟୋ ପୋଷ୍ଟ କରି ଏକ ସୁନ୍ଦର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି । ସଲମାନ ଲେଖିଛନ୍ତି ଯେ, ସେ ମୀରାବାଇଙ୍କୁ ଭେଟି ବହୁତ ଖୁସି ଅନୁଭବ କରୁଛନ୍ତି । ମୀରାବାଇ ରୌପ୍ୟ ପଦକ ଜିତିଛନ୍ତି ।

{"id":495395,"sizeSlug":"full","linkDestination":"none"}

ସଲମାନ ସେୟାର କରିଥିବା ଫଟୋରେ ତାଙ୍କ କାନ୍ଧରେ ଏକ ଉତ୍ତରୀୟ ପଡିଛି । ଯାହା ମୀରାବାଇ ତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ମୀରାବାଇ ଟୋକିଓ ଅଲିମ୍ପିକ୍ସରେ ଭାରୋତ୍ତୋଳନରେ ରୌପ୍ୟ ଜିତିଥିଲେ । ଏହାପରେ ତାଙ୍କୁ ଶୁଭେଚ୍ଛାର ସୂଅ ଛୁଟିଥିଲା । ବଲିଉଡ୍ ଜଗତ ଓ କ୍ରିକେଟ ଜଗତର ଅନେକ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.