ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ ସଲମାନ, ଅଧଘଣ୍ଟା ଯାଏଁ ଚାଲିଲା କଥାବାର୍ତ୍ତା

Published By : Prameya-News7 Bureau | May 15, 2023 IST

ମୁମ୍ଵାଇ ୧୫।୦୫: ବଲିଉଡ ଅଭିନେତା ସଲମାନ ଖାନ। ଶନିବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ କାଲିଘାଟ ବାସଭବନରେ ସ ଶିଷ୍ଟାଚାର ଭେଟ କରିଛନ୍ତି। ସଲମାନ ସନ୍ଧ୍ୟା ପ୍ରାୟ ୪.୨୫ ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ଯେଉଁଥିରେ ସୁପରଷ୍ଟାରର ଝଲକ ଦେଖିବାକୁ ବହୁ ସଂଖ୍ୟାରେ ପ୍ରଶଂସକ ରାସ୍ତାରେ ଏକାଠି ହୋଇଥିଲେ।

ମମତା ବାନାର୍ଜୀ କହିଛନ୍ତି ଯେ ଏହି ବୈଠକରେ ସେମାନେ ସିନେମା ଜଗତ ଠାରୁ ଆରମ୍ଭ କରି କଳା, ସମାଜ ତଥା ଲୋକଙ୍କ ବିକାଶ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ମମତା ବାନାର୍ଜୀ ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, “ଆଜି ମୋର ବାସଭବନରେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ସଲମାନ ଖାନଙ୍କ ସହ ସାକ୍ଷାତ କରି ମୁଁ ବହୁତ ଖୁସି। ସିନେମା ଜଗତଠାରୁ ଆରମ୍ଭ କରି ବିଭିନ୍ନ ବିଷୟ ଉପରେ ଆମର ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା ।

ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଏଠାକୁ ଆସିଥିବାରୁ ମୁଁ ସଲମାନଙ୍କୁ ମୋର ବିଶେଷ କୃତଜ୍ଞତା ଜଣାଉଛି । ସେ ଉନ୍ନତ ସ୍ୱାସ୍ଥ୍ୟ ସହିତ ସଫଳତାର ପାହାଚ ଚଢିବା ଜାରି ରଖନ୍ତୁ । ତାଙ୍କ ଭବିଷ୍ୟତ ପାଇଁ ମୁଁ ତାଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଅଧିକାରୀ କହିଛନ୍ତି ଯେ ସଲମାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରାୟ ୩୦ ମିନିଟ୍ ବିତାଇଥିଲେ। ଅଧିକାରୀଙ୍କ କହିବାନୁସାରେ, ସଲମାନ ରହୁଥିବା ହୋଟେଲରେ ମଧ୍ୟ ସୁରକ୍ଷା କଡାକଡି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.