scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇଣ୍ଡିଆନ୍‌ ନାଭି ଯବାନଙ୍କ ପାଇଁ ରୁଟି ବନାଇଲେ ସଲମାନ, ଦେଖନ୍ତୁ ଏହି ଫଟୋ

12/08/2022 at 7:58 AM

ନୂଆଦିଲ୍ଲୀ ୧୨।୦୮: ସ୍ୱାଧିନତା ଦିବସ ଉତ୍ସବ ପାଳନ ପାଇଁ ଏବେ ଆଉ କିଛି ଦିନ ରହିଛି , ହେଲେ ଦେଶର ଯବାନଙ୍କ ପାଇଁ ବଲିଉଡ୍‌ ଆକ୍ଟର ସଲମାନ ଖାନ ପ୍ରି ସେଲିବ୍ରେସନ ପାଇଁ ମାହୋଲ କରି ଦେଇଛନ୍ତି। ସଲମାନ ଖାନ୍‌ ବିଶାଖାପଟ୍ଟନମ୍‌ରେ ଇଣ୍ଡିଆନ ନେଭିର ଯବାନଙ୍କ ସହ ସାକ୍ଷାତ୍‌ କରିବାକୁ ପହଞ୍ଚି ଥିଲେ ଏବଂ ଏହି ସୁଯୋଗରେ ସେ ଯବାନଙ୍କ ସହିତ ବହୁତ ମନୋରଞ୍ଜନ କରିଥିଲେ।

ଏହି ସମୟରେ ସଲମାନ ଖାନ୍‌ ନିଜ ଫିଲ୍ମର ସୁଟିଂ ପାଇଁ ବିଶାଖାପଟ୍ଟନମ୍‌ରେ ଅଛନ୍ତି। ସୋସିଆଲ ମିଡ଼ିଆରେ ସଲମାନ ଖାନଙ୍କର ଯବାନଙ୍କ ସହ ଖୁସି ମଜା କରିବାର ଅନେକ ଫଟୋ ଭାଇରାଲ ହେଉଛି। ସଲମାନ ହ୍ୱାଇଟ୍‌ ସାର୍ଟ , ବ୍ଲାକ୍‌ ପ୍ୟାଣ୍ଟ ସହ ପ୍ରିଣ୍ଟେଡ କଷ୍ଟମାଇଡ୍‌ ନେଭି କ୍ୟାପ୍‌ ପିନ୍ଧିଥିବାର ନଜର ଆସୁଛନ୍ତି । ଏହି ଅବସରରେ ସଲମାନ ଖାନ ୱେଟ୍‌ ଲିଫ୍ଟିଂ ମଧ୍ୟ କରିଥିଲେ । ଏହା ବ୍ୟତୀତ ସେ ସୈନିକଙ୍କ ମଧ୍ୟରେ ଭାରତୀୟ ପତାକା ବି ଉଡ଼ାଇ ଥିଲେ। ସଲମାନଙ୍କର ଏହି ଫଟୋ ଅଭିନେତାଙ୍କ ଫ୍ୟାନ୍ ପେଜ୍‌ରେ ସେୟାର କରାଯାଇଛି।  

ଭାଇରାଲ ହେଉଥିବା ଏହି ଫଟୋରେ ସଲମାନ ଯବାନଙ୍କ ସହ ମିଶି ବହୁତ ଖୁସି ଅଛନ୍ତି।  ଯବାନଙ୍କ ସହ କଥାବାର୍ତ୍ତା ବ୍ୟତୀତ ସଲମାନ ତାଙ୍କ ସହ ଏକ ରୁଟି କରୁଥିବାର ବି ନଜର ଆସୁଛି। ସଲମାନ ନେଭି ଯବାନଙ୍କ ସହ ଟଗ୍‌ ଅଫ୍‌ ୱାର ଗେମ୍‌ର ମଜା ବି ନେଇଛନ୍ତି । ଫଟୋ ଦେଖି ଏହି କଥାର ଅନ୍ଦାଜା ସ୍ପଷ୍ଟ ଭାବେ ଲଗାଯାଇ ପାରେ କି ସଲମାନ ଏହି କ୍ୱାଲିଟି ଟାଇମ୍‌ ଖୁବ୍‌ ଏନଜୟ କରିଛନ୍ତି ।

   Related Posts