ଅଭାବୀଙ୍କ ସାହାଯ୍ୟ ପାଇଁ ମଇଦାନକୁ ଓହ୍ଲାଇଲା ସଲମାନଙ୍କ 'ବିଙ୍ଗ୍ ହଙ୍ଗରୀ' ଫୁଡ୍ ଟ୍ରକ୍

Published By : Prameya-News7 Bureau | May 08, 2020 IST

ମୁମ୍ବାଇ ୦୮/୦୫ : ଦେଶରେ ଯେତେବେଳେ ବି କୌଣସି ବିପଦ ଆସେ ବଲିଉଡ ଅଭିନେତା ସଲମାନ ଖାନ ସର୍ବଦା ଲୋକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଥାନ୍ତି | ଯେକୌଣସି ପ୍ରାକୃତିକ ବିପତ୍ତି ହେଉ ସଲମାନ ସବୁବେଳେ ଲୋକଙ୍କୁ ସାହାଯ୍ୟ କରିଥାନ୍ତି | ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ଦେଶ ଅନେକ ସଙ୍କଟ ଦେଇ ଗତି କରୁଛି | ସାରା ଦେଶ ଲକ ଡାଉନ ରହିଛି | ଏଭଳି ସ୍ଥିତିରେ ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ସେ ହଜାର ହଜାର ଅଭାବୀଙ୍କୁ ରାସନ ଯୋଗାଉଛନ୍ତି | ଗତ କିଛି ଦିନ ପୂର୍ବରୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ନିଜ ଫାର୍ମହାଉସରେ ପରିବାର ସଦସ୍ୟଙ୍କ ସହ ମିଶି ଟ୍ରାକ୍ଟର ଓ ଶଗଡ଼ ଗାଡିରେ ରାସନ ଭର୍ତ୍ତି କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା | ସଲମାନ ପୁଣିଥରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ଲକଡାଉନ ଯୋଗୁଁ ଅସୁବିଧାରେ ଥିବା ଲୋକଙ୍କୁ ଆର୍ଥିକ ସାହାଯ୍ୟ ଯୋଗେଇଦେବା ପାଇଁ ସେ ଏକ ନୂଆ ତରିକା ବାହାର କରିଛନ୍ତି |

{"id":266472,"width":580,"height":391,"sizeSlug":"large"}

ନିକଟରେ ସଲମାନଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଛି | ଭିଡିଓରେ ଏକ ଟ୍ରକ ଦେଖିବାକୁ ମିଳିଛି ଯେଉଁଥିରେ ବିଙ୍ଗ ହଙ୍ଗରୀ ଲେଖାଯାଇଛି | କିଛି ଲୋକ ଟ୍ରକରୁ ରାସନ କାଢି ଲୋକଙ୍କୁ ବାଣ୍ଟୁଥିବା ଭିଡିଓରେ ଦେଖିବାକୁ ମିଳିଛି | ଏହି ଭିଡିଓକୁ ଜଣେ ଶିବସେନା ନେତା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | ଭିଡିଓ ସେୟାର କରି ସେ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସଲମାନଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି |

{"id":266473,"sizeSlug":"large"}

ରାହୁଲ ଏଲ କନଲ ନାମକ ଆଉ ଜଣେ ୟୁଜର ମଧ୍ୟ ଏଥିପାଇଁ ସଲମାନଙ୍କୁ ଟ୍ୱିଟରରେ ଧନ୍ୟବାଦ ଜଣାଇଛନ୍ତି | ସେ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି | ସେ ଆହୁରି ଲେଖିଛନ୍ତି ଯେ, 'ଚୁପ ଚାପ ସବୁ ଲୋକଙ୍କୁ ସାହାଯ୍ୟ କରୁଥିବା ଯୋଗୁଁ ଥାଙ୍କ ୟୁ | ମାନବ ସେବା ହିଁ ସର୍ବ ଶକ୍ତିମାନ ସେବା | ମୁଁ ନିଶ୍ଚିତ ଲକଡାଉନ ନିୟମ ପାଳନ କରିବାକୁ ଚେଷ୍ଟା କରିବି ଏବଂ ଆମର ଫ୍ୟାନ କ୍ଲବ ପରିବାର ତରଫରୁ ମଧ୍ୟ ଏହିଭଳି ପ୍ରୟାସ କରିବାକୁ ଅନୁରୋଧ କରିବି |'

{"id":266474,"sizeSlug":"large"}

ଏହା ପୂର୍ବରୁ ସଲମାନ ୨୫ ହଜାର ଶ୍ରମିକ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ କରିଛନ୍ତି | ଏମାନଙ୍କୁ ଆର୍ଥିକ ସହାୟତା ସହ ଆବଶ୍ୟକୀୟ ଜିନିଷ ଯୋଗାଇବାରେ ମଧ୍ୟ ସାହାଯ୍ୟ କରିଛନ୍ତି | ଅଲ ଇଣ୍ଡିଆ ସ୍ପେଶାଲ ଆର୍ଟିଷ୍ଟ ଏସୋସିଏସନ ଅନ୍ତର୍ଗତ ୪୫ କଳାକାରଙ୍କ ବ୍ୟାଙ୍କ ଖାତାରେ ୩ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସ୍ଫର କରିଛନ୍ତି |

{"id":266475,"width":586,"height":328,"sizeSlug":"large"}

ଲକଡାଉନ ପରେ ସଲମାନ ନିଜ ଫିଲ୍ମ 'ରାଧେ'ର ସୁଟିଙ୍ଗ ଆରମ୍ଭ କରିବେ | ଏଥିରେ ସଲମାନଙ୍କ ବିପକ୍ଷରେ ଦିଶା ପଟାନି ଅଭିନୟ କରୁଛନ୍ତି | ଫିଲ୍ମରେ ଜ୍ୟାକି ସରାଫ ମଧ୍ୟ ଅଭିନୟ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.