LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭିକିଙ୍କୁ ଇଗନୋର କଲେ ସଲମାନ ? ବଡିଗାର୍ଡ ଅଭିନେତାଙ୍କୁ ମାରିଲେ ଧକ୍କା, ଭିଡିଓ ଭାଇରାଲ

26/05/2023 at 1:21 PM

ମୁମ୍ଵାଇ ୨୬।୦୫: ବଲିଉଡ ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ IIFA ୨୦୨୩ ପାଇଁ ଆବୁଧାବିରେ ଅଛନ୍ତି । ଏହି  ଆୱାର୍ଡର ଆୟୋଜିତ କାର୍ଯ୍ୟକ୍ରମରେ ଅଭିଷେକ ବଚ୍ଚନ, ଭିକି କୌଶଲ, ଫରାହ ଖାନ ଏବଂ ରାଜକୁମାର ରାଓ ମଧ୍ୟ ଯୋଗ ଦେଇଛନ୍ତି। IIFA ୨୦୨୩ ସାମ୍ବାଦିକ ସମ୍ମିଳନୀରୁ ସଲମାନ ଏବଂ ଭିକି ଏକ ଭିଡିଓ ସାମ୍ନାକୁ ଆସିଛି। ଏହା ଦେଖିବା ପରେ ଲୋକମାନେ ନାନା କମେଣ୍ଟ ମଧ୍ୟ ଦେଉଛନ୍ତି । କୁହାଯାଉଛି କି ସଲମାନ ଭିକିଙ୍କୁ ଅଣଦେଖା କରିଥିଲେ। କେବଳ ଏତିକି ନୁହେଁ, ସଲମାନଙ୍କ ବଡିଗାର୍ଡମାନେ ଭିକିଙ୍କୁ  ଧକ୍କା ଦେଇଥିଲେ। ଯାହାକୁ ନେଇ ଭିକିଙ୍କ ପ୍ରଶଂସକମାନେ ମଧ୍ୟ ରାଗି ଯାଇଛନ୍ତି।

ଭାଇରାଲ୍‌ ଭିଡିଓରେ ଭିକି ଜଣେ ପ୍ରଶଂସକଙ୍କ ସହ ସେଲଫି କ୍ଲିକ୍ କରୁଛନ୍ତି। ଏହି ସମୟରେ ସଲମାନଙ୍କ ସେଠାକୁ ଆସୁଥିଲେ। ସଲମାନ ଅନେକ ବଡିଗାର୍ଡ ତାଙ୍କ ସହିତ ଭିତରକୁ ଆସୁଥିଲେ। ଏଭଳି ପରିସ୍ଥିତିରେ ଭିକି ସଲମାନଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ସଲମାନ ଖାନ ତାଙ୍କୁ ଅଣଦେଖା କରି କିଛି ସେକେଣ୍ଡ କଥାବାର୍ତ୍ତା କରିବା  ପରେ ସେଠାରୁ ଚାଲିଯାଆନ୍ତି। ଭିକିଙ୍କ ଓ ସଲମାନ ଯାହା କଥାବାର୍ତ୍ତା ସବୁ ସ୍ପଷ୍ଟଭାବରେ ଦେଖିବାକୁ ମିଳିଛି। ଭିଡିଓ ଦେଖିଲେ ଲାଗୁଛି କି ଯେପରି ସଲମାନ ଭିକିଙ୍କୁ ଚିହ୍ନି ପାରୁ ନାହାନ୍ତି।

ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଅନୁଭବ କନରୁଛନ୍ତି ଯେ ଭିକିଙ୍କୁ ଜଣେ ସାଧାରଣ ଲୋକ ଭଳି ବ୍ୟବହାର କରାଯାଇଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ମାତ୍ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ସଲମାନଙ୍କୁ ପ୍ରଶଂସା କରୁଥିବାବେଳେ ଭିକିଙ୍କ ସହ ଏପରି ବ୍ୟବହାର କରିଥିବାରୁ ତାଙ୍କୁ ଗାଳି ଦେଉଛନ୍ତି।

   Related Posts