ସଲମାନ୍ ଖାନ୍ କିଣିବାକୁ ଚାହୁଁଥିଲେ ଶାହାରୁଖ୍ ଖାନଙ୍କ ବଙ୍ଗଲା ‘ମନ୍ନତ‘; ରୋକି ଦେଇଥିଲେ ବାପା
27/09/2023 at 4:53 PM

ମୁମ୍ବାଇ 27/09: ମାୟାନଗରୀ ମୁମ୍ବାଇର ବିଳାସପୂର୍ଣ୍ଣ ଘର ବିଷୟରେ କହିଲେ ଶାହାରୁଖ ଖାନଙ୍କ ବଙ୍ଗଳା ‘ମନ୍ନତ’ ନିଶ୍ଚିତ ଭାବରେ ଏଥିରେ ସାମିଲ୍ ଥାଏ। ସେଥିପାଇଁ ଏହି ଘର ଦେଖିବାକୁ ଦୂରଦୂରାନ୍ତରରୁ ଆସିଥାନ୍ତି ଲୋକମାନେ। ମୁମ୍ବାଇରେ ଶାହାରୁଖଙ୍କ ଘର କେଉଁ ପର୍ଯ୍ୟଟନସ୍ଥଳୀଠାରୁ କମ୍ ନୁହେଁ। ଶାହାରୁଖ ପ୍ରାୟ 2 ଦଶନ୍ଧି ପୂର୍ବରୁ ଏହି ବଙ୍ଗଳା କିଣିଥିଲେ ଏବଂ ଆଜି ଏହାର ମୂଲ୍ୟ ଆକାଶଛୁଆଁ। କିନ୍ତୁ ଆପଣ ଜାଣନ୍ତି କି ଶାହାରୁଖଙ୍କ ପୂର୍ବରୁ ସଲମାନ ଖାନ ଏହି ବଙ୍ଗଳା କିଣିବାକୁ ଚାହଁଥିଲେ।

ହଁ ଆଜ୍ଞା ଏହା ସମ୍ପୂର୍ଣ୍ଣ ଠିକ୍ । ବାସ୍ତବରେ, 90 ଦଶକର ଶେଷ ଭାଗରେ, ଯେତେବେଳେ ଏହି ବଙ୍ଗଳାର ମାଲିକ ଏହାକୁ ବିକ୍ରି କରିବାକୁ ଚାହୁଁଥିଲେ, ସେତେବେଳେ ଏହାର ଅଫର୍ ପ୍ରଥମେ ସଲମାନ ଖାନଙ୍କ ନିକଟକୁ ପଠାଯାଇଥିଲା। ସଲମାନ ଏହାକୁ କିଣିବାକୁ ମଧ୍ୟ ଆଗ୍ରହୀ ଥିଲେ। ସେ ଚାହୁଁଥିଲେ ଯେ ଏହି ଡିଲ୍ ଯଥାଶୀଘ୍ର କରାଯାଉ କାରଣ ଏହି ବଙ୍ଗଳା ମଧ୍ୟ ବହୁତ ବଡ ଏବଂ ବିଳାସପୂର୍ଣ୍ଣ ଥିଲା । କିନ୍ତୁ ତା’ପରେ ସଲମାନଙ୍କ ବାପା ସଲିମ୍ ଖାନ୍ ଏହାକୁ କିଣିବାକୁ ରୋକି ଦେଇଥିଲେ। ବାସ୍ତବରେ ସେ ଏତେ ବଡ ବଙ୍ଗଳା ସହିତ କଣ କରିବେ ବୋଲି ସେ କହିଥିଲେ। ତେଣୁ ତାଙ୍କ ବାପାଙ୍କ ପରାମର୍ଶରେ ସଲମାନ୍ ଖାନ୍ ଏହି ଘର କିଣିବାର ଇଚ୍ଛାକୁ ମାରିଥିଲେ।

ଯେତେବେଳେ ସଲମାନ୍ ଏହି ବଙ୍ଗଳା କିଣିବାକୁ ମନା କରିଦେଲେ, ଶାହାରୁଖ ଖାନ ଏହି ସୁଯୋଗକୁ ହାତ ଛଡ଼ା କରିନଥିଲେ। ନିଜର ସମସ୍ତ ସଞ୍ଚୟକୁ ଏହି ବଙ୍ଗଳା କିଣିବାରେ ସେ କରିଥିଲେ ବିନିଯୋଗ। ଅବଶ୍ୟ, ଏହାକୁ କିଣିବା ପରେ ଶାହାରୁଖ ନିଜ ସୁବିଧା ଅନୁସାରେ ଏହାକୁ ଡିଜାଇନ୍ କରିବାକୁ ତାଙ୍କ ପାଖରେ ନଥିଲା ପର୍ଯ୍ୟାପ୍ତ ଅର୍ଥ । ଏପରି ପରିସ୍ଥିତିରେ ଗୌରୀ ଖାନ୍ ଏହି ଦାୟିତ୍ୱକୁ ନିଜ କାନ୍ଧରେ ନେଇଥିଲେ ଏବଂ ନିଜେ ଘରର ଡିଜାଇନ୍ ଆରମ୍ଭ କଲେ । ଆଜି ଦେଖନ୍ତୁ ଶାହାରୁଖ ଖାନଙ୍କ ମାନ୍ନତ ମୁମ୍ବାଇର ସବୁଠୁ ମହଙ୍ଗା ଘର ମଧେୟରୁ ଗୋଟିଏ । ଯାହାର ମୂଲ୍ୟ ଆଜି ପ୍ରାୟ 200 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
Also Read- ଓସ୍କାର ୨୦୨୪ରେ ମାଲାୟାଲମ ସିନେମା ୨୦୧୮, ଶ୍ରେଷ୍ଠ ଫିଚର ଫିଲ୍ମ କାଟାଗୋରୀରେ କରିବ କମ୍ପିଟ୍