କିଏ ସେ Alena Khalifeh ? ଯିଏ IIFAରେ ସଲମାନଙ୍କୁ ଦେଲେ ବିବାହ ପ୍ରସ୍ତାବ

Published By : Prameya-News7 Bureau | May 27, 2023 IST

ମୁମ୍ଵାଇ ୨୭।୦୫: ବି-ଟାଉନର ମୋଷ୍ଟ ଏଲିଜିବଲ ବ୍ୟାଚେଲର୍ ସଲମାନ ଖାନ। ତାଙ୍କ ଜୀବନରେ ହୁଏତ ଅନେକ ଝିଅ ଆସି ଥାଇପାରନ୍ତି। କିନ୍ତୁ ୫୭ବର୍ଷର ସଲୁ ମିଆଁ ଆଜି ଯାଏଁ ଅବିବାହିତ। କିନ୍ତୁ ତାଙ୍କ ପାଇଁ ଆଜି ବି ଝିଅମାନେ ଦିୱାନୀ । ଏବେବି ତାଙ୍କୁ ବିବାହ କରିବାକୁ ଖୁବ୍‌ ଆଗ୍ରହୀ ଅଛନ୍ତି। ନିକଟରେ ତାଙ୍କୁ ଜଣେ ବିଦେଶୀ ଝିଅ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

ପ୍ରସିଦ୍ଧ ଆୱାର୍ଡ ଶୋ 'ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ଆୱାର୍ଡ ୨୦୨୩' IIFA ଆବୁଧାବିର ୟାସ ଦ୍ୱୀପରେ ଅନୁଷ୍ଠିତ ହୋଇଯାଇଛି । ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ଦବଙ୍ଗ ଷ୍ଟାଇଲରେ ଏହି କାର୍ଯ୍ୟକ୍ରମର ଅଂଶ ହୋଇଥିଲେ। ହେଲେ ଏହି ଆୱାର୍ଡରେ ଜଣେ ମହିଳା ସାମ୍ବାଦିକ ସଲ୍ଲୁଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।

wp:html
/wp:html

IIFA 2023 ରେ ସଲମାନ ଖାନ ଗଣମାଧ୍ୟମ ସହ କଥା ହେଉଥିଲା ବେଳେ ମହିଳା ଜଣକ କହିଛନ୍ତି- "ମୁଁ ହଲିଉଡରୁ ଆସିଛି, କେବଳ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବା ପାଇଁ। ମୁଁ ତୁମକୁ ଦେଖିବା ଦିନଠାରୁ ମୁଁ ତୁମ ପ୍ରେମରେ ପଡିଛି।" ମହିଳାଙ୍କ କଥା ଶୁଣିବା ପରେ ସଲୁ ତାଙ୍କର ସର୍ବୋତ୍ତମ ବନ୍ଧୁ ଶାହରୁଖ ଖାନଙ୍କ ନାମ ନେଇଥିଲେ।  ଭାଇଜାନଙ୍କ ଏହି କଥା ଶୁଣି ମହିଳା କୁହନ୍ତି- "ନା, ମୁଁ ସଲମାନଙ୍କ ବିଷୟରେ କହୁଛି। ତୁମେ ମୋତେ ବିବାହ କରିବ କି?" ଏହାର ଜବାବରେ ଅଭିନେତା କହିଛନ୍ତି- ମୋ ବିବାହର ଦିନ ବା ବୟସ ପଳାଇଲାଣି।

ଯଦି ୨୦ ବର୍ଷ ପୂର୍ବ ଦେଖା ହୋଇଥାଆନ୍ତା ତାହାଲେ ….. ସଲମାନ ଖାନଙ୍କୁ ପ୍ରସ୍ତାବ ଦେଇଥିବା ମହିଳା ହେଉଛନ୍ତି ହଲିଉଡର ହୋଷ୍ଟ। ତାଙ୍କ ନାମ ଆଲିନା ଖଲଫିହ। ଯିଏ ଦେଖିବାକୁ ବହୁତ ସୁନ୍ଦର । କହିବାକୁ ଗଲେ ସଲମାନ ଖାନ ଆପ୍ କି ଅଦାଲତରେ କହିଥିଲେ ଯେ ତାଙ୍କ ପିତା-ମାତା ତାଙ୍କୁ ବିବାହ କରିବାର ଦେଖିବାକୁ ଚାହୁଁଛନ୍ତି, ହେଲେ ସେ କହିଥିଲେ ବିବାହ ବିଷୟରେ ଜାଣି ନାହାଁନ୍ତି କିନ୍ତୁ ସେ ନିଶ୍ଚିତ ଭାବରେ ପିତା ହେବାକୁ ଚାହୁଁଛନ୍ତି। ତେବେ ଭାରତର ନିୟମ ଅନୁଯାୟୀ ଏହା ସମ୍ଭବ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.