ସଙ୍ଗୀତା ନୁହେଁ ଏହି ଅଭିନେତ୍ରୀ ଥିଲେ ସଲମାନଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ, ଜାଣନ୍ତୁ ତାଙ୍କ ଲଭଷ୍ଟୋରୀ

Published By : Prameya-News7 Bureau | July 15, 2022 IST

ମୁମ୍ବାଇ ୧୫।୦୭: ବଲିଉଡ୍ ସୁପରଷ୍ଟାର ତଥା ଭାଇଜାନ୍‌ ଭାବେ ବେଶ୍‌ ଜଣାଶୁଣା ସଲମାନ୍ ଖାନ୍ । ତାଙ୍କ ବୃତ୍ତିଗତ ଅପେକ୍ଷା ନିଜ ଲଭ୍ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଫିଲ୍ମ କ୍ୟାରିୟର ତାଙ୍କ ଜୀବନରେ ଅନେକ ସୁନ୍ଦରୀ ଆସିଥିଲେ । ଅନେକଙ୍କ ସହ ଡେଟ୍‌ ମଧ୍ୟ କରିଥିଲେ ହେଲେ କାହାରି ସହ ଅଧିକ ଦିନ ତିଷ୍ଠି ପାରି ନଥିଲା । ସେମାନଙ୍କ ମଧ୍ୟରୁ ତାଙ୍କର ଫାଷ୍ଟ ଗଲଫ୍ରେଣ୍ଡକୁ ନେଇ ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛି।

ହେଲେ ସମସ୍ତେ ଜାଣନ୍ତି କି ସଲମାନଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜ୍‌ଲାନୀ । କିନ୍ତୁ ଏହା ଭାବିବା ଭୁଲ୍ , ବର୍ତ୍ତମାନ କୁହାଯାଉଛି ଯେ ଶାହିନ୍ ବାନୁ ସଲମାନଙ୍କ ପ୍ରଥମ ଗର୍ଲଫ୍ରେଣ୍ଡ ଶାହିନ୍‌। ସେମାନେ ପରସ୍ପରଙ୍କ ଏତେ ନିକଟତର ଥିଲେ ଯେ, ମେନେ ପ୍ୟାର୍ କିୟାର ଅଡିସନ୍ ଦେବା ପାଇଁ ଦୁଇ ଜଣ ସାଙ୍ଗରେ ଯାଇଥିଲେ। ଏଥିରେ ଶାହିନ୍ ସିଲେକ୍ଟ ହୋଇନଥିଲେ। ଆଉ ସଲମାନ୍‌ଙ୍କ ନାୟିକା ସାଜିଥିଲେ ଭାଗ୍ୟଶ୍ରୀ।

ଶାହିନ୍ ବାନୁ ହେଉଛନ୍ତି ସୁପରଷ୍ଟାର୍ ଦିଲ୍ଲୀପ କୁମାର ଓ ସାୟରା ବାନୁଙ୍କ ଭାଣିଜୀ। ହେଲେ ରିପୋର୍ଟ ଅନୁସାରେ ଏହା ସେ ସମୟର କଥା ଯେତେବେଳେ ୧୯ ବର୍ଷୀୟ ସଲମାନ୍ ସୈଣ୍ଟ୍ ଜାଭିଅର୍ସ କଲେଜ ରେ ଗ୍ରାଜୁଏସନ୍ ଦ୍ବିତୀୟ ବର୍ଷରେ ଥିଲେ। ଆଉ ସେତେବେଳେ ଶାହିନ୍ ବାନୁ ଥିଲେ ଶାହିନ୍ ଜାଫ୍ରୀ। ଶୁଣିବାକୁ ମିଳିଥିଲା କି ଅଭିନେତ୍ରୀ କିଆରା ଆଡ୍ଭାନୀଙ୍କ ମା’ ଦୁହିଁଙ୍କୁ ସାକ୍ଷାତ କରାଇଥିଲେ । ହେଲେ ସମୟ ଅନୁସାରେ ଏମିତି କିଛି ହେଲା ଦୁହେଁ ଅଲଗା ହୋଇ ଯାଇଥିଲେ। ପରେ ଶାହିନ୍ ଅଭିନେତା ସୁମିତ୍ ସହଗଲ୍‌ଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଗୋଟେ କନ୍ୟା ସନ୍ତାନ ଅଛି ଯିଏ ସାଉଥ୍ ଅଭିନେତ୍ରୀ ସାୟଶା । ବର୍ତ୍ତମାନ ସାୟଶା ସାଉଥ୍ ଆକ୍ଟର୍ ଆର୍ୟାଙ୍କ ପତ୍ନୀ।

କିନ୍ତୁ ପରେ ଜଣା ପଡିଥିଲା କି ସଙ୍ଗୀତା ବିଜ୍‌ଲାନିଙ୍କ ନିକଟତର ଯୋଗୁଁ ଶାହିନ୍‌-ସଲମାନଙ୍କ ବ୍ରେକ୍‌ଅପ ହୋଇଥିଲା।ତାପରେ ସଙ୍ଗୀତା ଓ ସଲମାନ୍‌ ଦୁହିଁଙ୍କୁ ଡେଟ୍ କରିବା ସହ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ସଲମାନଙ୍କ ଜୀବନରେ ଆଉ ଜଣେ ନାୟିକାଙ୍କ ଏଣ୍ଟ୍ରି ହେବା ପରେ ସଙ୍ଗୀତାଙ୍କ ପ୍ରେମ ସଂପର୍କର ପୂର୍ଣ୍ଣଚ୍ଛେଦ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.