ନୂଆଦିଲ୍ଲୀ ୧୯/୦୯: ସଲମାନ ଖାନ୍ଙ୍କ ପରିବାର ପ୍ରତି ବିପଦ । ପୁଣି ମିଳିଲା ଧମକପୂର୍ଣ୍ଣ ବାର୍ତ୍ତା । ବଲିଉଡରୁ ନଜର ଆସିଛି ଆଶ୍ଚର୍ଯ୍ୟଜନକ ଖବର । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ପୁଣି ଥରେ ସଲମାନ ଖାନଙ୍କ ପରିବାରକୁ ଭୟଭୀତ କରିବାକୁ ଚେଷ୍ଟା କରିଛନ୍ତି । ଏବେ କିନ୍ତୁ ଦବଙ୍ଗ ଖାନ ନୁହେଁ ତାଙ୍କ ବାପା ସଲିମ ଖାନଙ୍କୁ ମିଳିଛି ଏହି ଧମକ ।
ତେବେ ସକାଳୁ ସକାଳୁ ଚାଲିବା ସମୟରେ ବୁର୍ଖା ପିନ୍ଧି ଜଣେ ଅଜଣା ମହିଳା ଦେଇଛନ୍ତି ଧମକ । ୧୮ ସେପ୍ଟେମ୍ବର ସକାଳେ ସଲିମ ଖାନ ପୂର୍ବପରି ସକାଳୁ ବୁଲୁଥିଲେ । ଯେତେବେଳେ ସେ ବେଞ୍ଚରେ ବସିଥିଲେ, ଏହି ସମୟରେ, ଜଣେ ମହିଳା ସ୍କୁଟରରେ ଗାଲାକ୍ସି ପାର୍ଶ୍ୱରୁ ଯାଉଥିଲେ । ବୁର୍ଖା ପିନ୍ଧିଥିବା ଜଣେ ମହିଳା ତାଙ୍କ ପଛରେ ବସିଥିଲେ ।
ତେବେ ସେ ୟୁ ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟକୁ ଆସି କହିଲେ, ମୁଁ ଲରେନ୍ସ ବିଷ୍ଣୋଇଙ୍କୁ ପଠାଇବା କି ତୁମ ପାଖକୁ ? ତେବେ ସ୍କୁଟର ଚଢୁଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ । ସେପଟେ ସଲମାନ ଖାନ୍ ବର୍ତ୍ତମାନ ପରିବାରରେ ନାହାଁନ୍ତି । ବୁଧବାର ରାତିରେ ମୁମ୍ବାଇ ବିମାନବନ୍ଦରରେ କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଦେଖିବାକୁ ମିଳିଥିଲା ।
ଆଗାମୀ ଚଳଚ୍ଚିତ୍ର 'ସିକନ୍ଦର'ର ସୁଟିଂ ସଂପର୍କରେ ସଲମାନ ବାହାରକୁ ଯାଇଥିବାର ଜଣାପଡିଛି । ଅଭିନେତା ଜଣଙ୍କ ସହରରେ ନଥିବା ସମୟରେ ତାଙ୍କ ପିତା ସଲିମ ଖାନଙ୍କ ପାଇଁ ଲରେନ୍ସ ବିଷ୍ଣୋଇଙ୍କ ଧମକ ପ୍ରଶଂସକଙ୍କ ପାଇଁ ଚିନ୍ତାରେ ପକାଇଛି । ଏହା ପ୍ରଥମ ଘଟଣା ନୁହେଁ ଯେ ସଲମାନ ଖାନଙ୍କ ପରିବାରକୁ ଜଣେ ଗ୍ୟାଙ୍ଗଷ୍ଟର ଧମକ ଦେଇଛନ୍ତି । ଏହି ଧାରା ବର୍ଷ ବର୍ଷ ଧରି ଚାଲିଆସୁଛି ।