ପାକିସ୍ତାନରେ ସଲମାନ ଖାନଙ୍କ ହମସକଲ, ଭିଡିଓ ହେଲା ଭାଇରାଲ
22/01/2019 at 4:10 PM

ଅଧିକାଂଶ ସମୟରେ ବଲିଉଡ କଳାକାରଙ୍କ ହମସକଲ ବିଷୟରେ ଶୁଣିବାକୁ ମିଳେ। ତେବେ ଏଥର ଦବଙ୍ଗ ଖାନଙ୍କ ହମସକଲ ଦେଖିବାକୁ ମିଳିଛନ୍ତି। ସଲମାନ ଖାନଙ୍କ ହମସକଲ ଭାରତରେ ନୁହଁ ପାକିସ୍ତାନରେ ଦେଖା ଯାଇଛନ୍ତି। ସଲମାନଙ୍କ ହମସକଲର ଭିଡିଓ ମଧ୍ୟ ଭାଇରାଲ ହୋଇଛି। କରାଚିରେ ସଲମାନଙ୍କ ହମସକଲଙ୍କୁ ହେଖିବାକୁ ମିଳିଥିଲା। ବଡି ଓ ହେଆରଷ୍ଟାଇଲ ମଧ୍ୟ ପୁରା ସଲମାନଙ୍କ ଭଳି। ଆଶ୍ଚର୍ଯ୍ୟର କଥା ଏହା ଯେ ଦୁଇ ଜଣଙ୍କୁ ଦେଖିଲେ ଅସଲୀ ସଲମାନଙ୍କୁ ଚିହ୍ନିବା କଷ୍ଟକର ହୋଇଯିବ।

ଏହି ବ୍ୟକ୍ତିଙ୍କୁ ଦେଖି ଲୋକମାନେ ସଲମାନ ଖାନ ବୋଲି ଭାବିଥିଲେ। ଭାଇଜାନ ଭାବି ତାଙ୍କ ସହ କଥା ବାର୍ତ୍ତା କରିବା ଆରମ୍ଭ କରିଥିଲେ। ବଲିଉଡର ଦବଙ୍ଗ ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସୁପରଷ୍ଟାରର ଟାଇଟେଲ କିଛି ଖାସ ଅଭିନେତାଙ୍କୁ ମିଳିଛି। ଦେଶ ବିଦେଶରେ ମଧ୍ୟ ସଲମାନ ଖାନ ସୁପରଷ୍ଚାର ଭାବେ ଜଣା ଶୁଣା। ସଲ୍ଲୁ ଭାଇଜାନଙ୍କର ଗୋଟେ ଝଲକ୍ ପାଇଲେ ଦର୍ଶକମାନେ ବହୁତ ଖୁସି ହୁଅନ୍ତି। ଏହା ସହ ଆଜିକାଲିର ଯୁବପୀଢୀ ସଲମାନଙ୍କ ସବୁ ଷ୍ଟାଇଲକୁ ଅନୁକରଣ କରନ୍ତି।
Related Posts
କମାଲ୍ କରୁଛି ପଠାନ: ୪ ଦିନରେ ୪୦୦ କୋଟି
29 January 2023
ରେକର୍ଡ କରୁଛି ପଠାନ, ୫ ଦିନରେ ବଲିଉଡର ଟପ୍ ୧୦ରେ କରିବ ଏଣ୍ଟ୍ରି !
29 January 2023