ରାସ୍ତାରେ ସାଇକଲ ଚଲାଉଥିବା ସଲମାନଙ୍କ ଫଟୋ ଭାଇରାଲ : ଆଗେପଛେ ବାଇକରେ ଯାଉଛନ୍ତି ସିକ୍ୟୁରିଟି ଗାର୍ଡ

Published By : Prameya-News7 Bureau | April 25, 2019 IST

ମୁମ୍ବାଇ ୨୫/୪ : ବଲିଉଡ ଭାଇଜାନ ସଲମାନ ଖାନ ନିଜ ଫିଟନେସ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି | ନିଜକୁ ଫିଟ ରଖିବା ପାଇଁ ସେ ସବୁ ପ୍ରୟାସ କରନ୍ତି | ଫିଟନେସ ମାମଲାରେ ସେ ଯୁବପିଢୀଙ୍କ ଆଦର୍ଶ | ସଲମାନ ଖାନଙ୍କ କିଛି ନୂଆ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ସଲମାନଙ୍କୁ ରାସ୍ତାରେ ତାଙ୍କ ପ୍ରଶଂସକଙ୍କ ଖୁସି କହିଲେ ନ ସରେ | ତାଙ୍କୁ ରାସ୍ତାରେ ଦେଖି ତାଙ୍କ ପ୍ରଶଂସକଙ୍କ ଅବସ୍ଥା କ'ଣ ହେବ ତାହା କହିବା ଦରକାର ନାହିଁ |

{"id":107100,"align":"center"}

ସଲମାନ ଖାନ ରାସ୍ତାରେ ସାଇକଲ ଚଳାଉଥିବା ଦେଖିବାକୁ ମିଳିଛି | ଜନବହୁଳ ରାସ୍ତାରେ ସାଇକଲ ଚଳାଉଥିବା ସଲମାନ ଖାନଙ୍କ ଫଟୋ ଭାଇରାଲ ହୋଇଛି | କଳା ରଙ୍ଗର ଟି-ସାର୍ଟ, ଜ୍ୟାକେଟ ପିନ୍ଧି ସଲମାନ ସାଇକଲ ଚଳାଉଥିବା ଦେଖିବାକୁ ମିଳିଛି | ମୁଣ୍ଡରେ ଏକ ଟୋପି ପିନ୍ଧି ବହୁତ କୁଲ ଲାଗୁଥିଲେ ସଲମାନ | ସଲମାନଙ୍କ ସୁରକ୍ଷା ପାଇଁ ତାଙ୍କ ଆଗ ପଛରେ ବାଇକ ଏବଂ କାରରେ ତାଙ୍କ ବଡିଗାର୍ଡ ଯାଉଥିଲେ |

{"id":107101,"align":"center"}


ସଲମାନଙ୍କ ଫିଲ୍ମ ଭାରତ ଖୁବ ଶୀଘ୍ର ପରଦାକୁ ଆସିବ | ଏହା ଏକ ମଲ୍ଟି ଷ୍ଟାର ଫିଲ୍ମ | ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ କ୍ୟାଟ୍ରିନା ଅଭିନୟ କରିଛନ୍ତି | ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅଲ୍ଲୀ ଅବାସ ଜାଫର | ଜୁନ ୫ ତାରିଖ ଇଦ ଅବସରରେ ଫିଲ୍ମ ରିଲିଜ ହେବ | ଫିଲ୍ମରେ କ୍ୟାଟ୍ରିନାଙ୍କ ଛଡା ଦିଶା ପଟାନୀ, ତବୁ, ସୁନୀଲ ଗ୍ରୋଭର ମଧ୍ୟ ଅଛନ୍ତି | ସଲମାନଙ୍କ ପ୍ରଶଂସକ ଏହି ଫିଲ୍ମକୁ ହୃଦୟର ସହ ଅପେକ୍ଷା କରିଛନ୍ତି |

{"id":107102,"align":"center"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.