ବିଗ୍‌ବସ୍‌-୧୫ ହୋଷ୍ଟିଂ ପାଇଁ ସଲମାନ ନେବେ ୫୦୦ କୋଟି! ଜାଣନ୍ତୁ ସିଜିନ୍ ୯ ରୁ ୧୫ ଯାଏଁ ତାଙ୍କ ଫିସ୍..

Published By : Prameya-News7 Bureau | October 03, 2021 IST

ମୁମ୍ବାଇ ୦୩/୧୦: ବଲିଉଡ୍‌ର ମୋଷ୍ଟ ବ୍ୟାଚଲର ତଥା ଦବଙ୍ଗ ହିରୋ ସଲମାନ ଖାନ୍‌ଙ୍କ ବିବାଦୀୟ ଶୋ’ ‘ବିଗ୍‌ ବସ୍‌’ ରେ ହୋଷ୍ଟ ଭାବେ ନଜର ଆସନ୍ତି। ଏହାର ସିଜନ୍‌-୪ରେ ସେ ପ୍ରଥମ ଥର ସଂଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ଶୋ’ରେ ସଲ୍ଲୁଙ୍କ ଡିମାଣ୍ଡ ଯେମିତି, ତାଙ୍କ ପାରିଶ୍ରମିକ ମଧ୍ୟ ସେମିତି ସଲମାନ ଆଜି ଇଣ୍ଡଷ୍ଟ୍ରିରେ ଏକ ବଡ ନାମ ଯେଉଁଠାରେ ଭାଇଜାନ୍‌ ଏକ ଏପିସୋଡର ଶୁଟିଂ ପାଇଁ କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି ।

ସୂଚନା ଅନୁଯାୟୀ , ‘ବିଗ୍‌ ବସ୍‌’ ସିଜନ୍‌-୪,୫,୬ ପାଇଁ ଏପିସୋଡ୍‌ ପିଛା ସଲମାନଙ୍କୁ ୨.୪ କୋଟି ଟଙ୍କା ଦିଆଯାଇଥିଲା । ଏହା’ପରେ ସେ ନିଜର ଡିମାଣ୍ଡ ବଢାଇଥିଲେ। ‘ବିଗ୍‌-ବସ୍‌’ ସିଜନ୍‌-୭ରେ ସେ ଏପିସୋଡ୍‌ ପିଛା ୫ କୋଟି ଟଙ୍କା ନେଇଥିଲେ । ସିଜନ୍‌-୮ରେ ସଲମାନ ପୁଣି ରେଟ୍‌ ବଢ଼ାଇଥିଲେ । ଏପିସୋଡ୍‌ ପିଛା ସେ ୫.୫ କୋଟି ଟଙ୍କା ଚାର୍ଜ କରିଥିଲେ । ସିଜନ୍‌-୯ରେ ଏପିସୋଡ ପିଛା ୭-୮ କୋଟି ମିଳିଥିଲା । ସିଜନ୍‌-୧୦ରେ ପ୍ରତି ଏପିସୋଡ୍‌ ସେ ୮ କୋଟି ଦାବି କରିଥିବା କଥା ଚର୍ଚ୍ଚା ହୋଇଥିଲା । ‘ବିଗ୍‌ ବସ୍‌-୧୧’ ପ୍ରସାରଣ ସମୟରେ ଚର୍ଚ୍ଚା ହେଲା, ସଲମାନ ନିଜର ଡିମାଣ୍ଡ ବଢ଼ାଇ ୧୧ କୋଟି କରିଛନ୍ତି । ‘ବିଗ୍‌ ବସ୍‌-୧୨’ରେ ସଲମାନଙ୍କୁ ପୂରା ସିଜନ୍‌ ପାଇଁ ୧୬୫ କୋଟି ମିଳିଥିବା ଶୁଣିବାକୁ ମିଳିଲା।

ସିଜନ୍‌-୧୩ରେ ସଲମାନଙ୍କ ବିଷୟରେ ରିପୋର୍ଟ ଦିଆଯାଇଥିଲା କି - ପୂରା ସିଜନ୍‌ ପାଇଁ ସଲ୍ଲୁଙ୍କୁ ୨୦୦ କୋଟିରୁ ଅଧିକ ଦିଆଯାଉଛି । ପ୍ରତି ସପ୍ତାହ ସେ ୧୩ କୋଟି ନେଉଛନ୍ତି ବୋଲି ଏହା ସୂଚନା ଦିଆଯାଈଛି । ଅର୍ଥାତ ଏପିସୋଡ୍‌ ପିଛା ତାଙ୍କୁ ୬.୫ କୋଟି ମିଳିଥିଲା ।ତେବେ ବିଗ୍‌ ବସ୍‌-୧୪ ସମୟରେ ମହାମାରୀ ଯୋଗୁ ଦେଶର ଆର୍ଥିତ ସ୍ଥିତି ବହୁତ ଖରାପ ଥିଲା । ସେତେବେଳେ ଏପିସୋଡ୍‌ ପିଛା ସଲ୍ଲୁଙ୍କୁ ୧୦.୨୫ କୋଟି ମିଳିଥିବା ଚର୍ଚ୍ଚା ଥିଲା । ଏବେ ସିଜନ୍‌-୧୫କୁ ନେଇ ସଲମାନ ପୁଣି ଚର୍ଚ୍ଚାରେ ଅଛନ୍ତି । ସେ ନିଜର ୧୫ ପ୍ରତିଶତ ବଢ଼ାଇଥିବା ଶୁଣିବାକୁ ମିଳୁଛି । ପୂରା ସିଜନ୍‌ ପାଇଁ ସେ ପ୍ରାୟ ୫୦୦ କୋଟି ନେବେ । ଆଉ କିଛି ରିପୋର୍ଟରେ ଦାବି କରାଯାଇଛି, ସିଜନ୍‌-୧୫ର ୨୮ ଏପିସୋଡ୍‌ ହୋଷ୍ଟ କରିବା ପାଇଁ ସଲମାନଙ୍କୁ ୩୫୦ କୋଟି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.