ପ୍ରିୟଙ୍କା କି ଆୟେଶା ସିଂ ନୁହେଁ, ସଲମାନଙ୍କ ଏହି ଅଭିନେତ୍ରୀ ହୋଇପାରନ୍ତି ‘ନାଗିନ୍’
15/07/2023 at 1:39 PM

ମୁମ୍ବାଇ ୧୫।୦୭: ଏକତା କପୁରଙ୍କ ଶୋ ‘ନାଗିନ୍’ର ପ୍ରତ୍ୟେକ ସିଜିନ୍ ଜୋରଦାର୍ ହିଟ୍ ହୋଇଛି । ନିକଟରେ ତେଜସ୍ୱୀ ପ୍ରକାଶଙ୍କ ଅଭିନୀତ ‘ନାଗିନ-୬’ ଶେଷ ହୋଇଛି । ଏଥିସହିତ ‘ନାଗିନ୍-୭’ ପାଇଁ ଆରମ୍ଭ ହୋଇଛି ମଧ୍ୟ ପ୍ରସ୍ତୁତି । ନିକଟରେ ‘ନାଗିନ୍-୭’ର ପ୍ରୋମୋ ରିଲିଜ୍ କରିଥିଲେ ନିର୍ମାତା । ଆଉ ଏଥିରେ ନାଗିନଙ୍କ ସାମାନ୍ୟ ଝଲକ ଦେଖିବାକୁ ମିଳିଥିଲା । ସେବେଠାରୁ ନାଗିନ୍ଙ୍କୁ ନେଇ ଆରମ୍ଭ ହୋଇଯାଇଛି ଯୋରଦାର ଚର୍ଚ୍ଚା ।

କୁହାଯାଉଛି କି ‘ଗୁମ୍ ହେ’ ଶୋ’ର ଆୟେଶା ସିଂ କିମ୍ବା ‘ବିଗ୍ ବସ୍-୧୬’ ଫେମ୍ ପ୍ରିୟଙ୍କା ଚହର ଚୌଧୁରୀ ‘ନାଗିନ୍-୭’ର ମୁଖ୍ୟ ଭୂମିକା ନଜର ଆସିପାରନ୍ତି । ତେବେ ନିକଟରେ ଉଭୟ ନାୟିକା ‘ନାଗିନ୍-୭’ରେ ନଜର ଆସିବା ଖବରକୁ ଖଣ୍ଡନ କରିଛନ୍ତି । ଏବେ କୁହାଯାଉଛି କି ସଲମାନଙ୍କ ଜଣେ ଅଭିନେତ୍ରୀଙ୍କୁ ‘ନାଗିନ୍-୭’ର ମୁଖ୍ୟ ଭୂମିକାରେ ଆସିପାରନ୍ତି ।

କହିବାକୁ ଗଲେ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି ‘ନାଗିନ୍-୭’ର ମୁଖ୍ୟ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ । ଏଭଳି ପରିସ୍ଥିତିରେ ଅନେକ ନାଁ ଉପରେ ଆଲୋଚନା ହେଉଛି ।
Is this Pari ?????
— @vni💦 (@avni_016) July 9, 2023
Naagin 7 is coming soon !!#Naagin7 #PriyankaChaharChoudhary#PriyAnkit #AnkitGupta pic.twitter.com/Na9VHNo5mw
ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ବିପକ୍ଷରେ ଅଭିନୟ କରିଥିବା ‘ଜୟ ହୋ’ର ଅଭିନେତ୍ରୀ ଡେଜି ଶାହାଙ୍କୁ ‘ନାଗିନ୍-୭’ ପାଇଁ ସାଇନ୍ କରାଯାଇଛି । ତେବେ ନିର୍ମାତା ଏବଂ ଡେଜିଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଖୁବଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି ।

ସୂଚନା ଅନୁଯାୟୀ, ଡେଜି ଶାହା ଜଣେ ବଲିଉଡ ଅଭିନେତ୍ରୀ । ଡେଜି ଶାହା ତାଙ୍କ କ୍ୟାରିୟର ଆରମ୍ଭରେ ଗଣେଶ ଆଚାର୍ଯ୍ୟଙ୍କ ସହକାରୀ କୋରିଓଗ୍ରାଫର ଥିଲେ । ସେ ଅନେକ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଡେଜି ଫିଲ୍ମ ‘ବ୍ଲଡି ଇଶ୍କ’ ସହିତ ୨୦୧୩ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ଡେଜି ଫିଲ୍ମ ‘ଜୟ ହୋ’ରେ ସଲମାନ ଖାନଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ । ଡେଜି ନିକଟରେ ‘ଖତ୍ରୋକେ ଖିଲାଡି-୧୩’ର ସୁଟିଂ ଶେଷ କରିଛନ୍ତି । ଖୁବଶୀଘ୍ର ଏହି ଶୋ ପ୍ରସାରିତ ହେବାକୁ ଯାଉଛି ।
You Can Read: