‘ହଜାରେ ଝିଅଙ୍କ ସହ ମୋର ସମ୍ପର୍କ, ହେଲେ କାହାକୁ କେବେ ଧୋକା ଦେଇନି’ : ସଲମନ ଖାନ୍
15/01/2019 at 3:51 PM

ମୁମ୍ବାଇ ୧୫|୦୧: ବଲିଉଡର ଦବଙ୍ଗ ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କେବେ ତାଙ୍କ ବିବାହ ତ କେବେ ତାଙ୍କ ଲଭ୍ ଲାଇଫକୁ ନେଇ ଅନେକ ଟ୍ରୋଲ ମଧ୍ୟ କରାଯାଇଛି। ସଲମାନ ବିଭିନ୍ନ ସାକ୍ଷାତକାରରେ ନିଜର ଅନେକ ସିକ୍ରେଟ ପ୍ରକାଶ କରିଛନ୍ତି । ମାୟାପୁରୀ ମ୍ୟାଗାଜିନ ପାଇଁ ଏକ ସାକ୍ଷାତକାରରେ ଅନେକ ରହସ୍ୟ ଜଣା ପଡିଥିଲା। ୧୯୯୦ ମସିହାରେ ସଲମାନ ଖାନ ମାୟାପୁରୀ ମ୍ୟାଗାଜିନକୁ ଦେଇଥିବା ଏହି ସାକ୍ଷାତକାର ବିଷୟରେ ଅନେକ ଲୋକ ଜାଣିନାହାନ୍ତି। ସିନେ ସାମ୍ୱାଦିକ ଚନ୍ଦା ଟଣ୍ଡନ ସଲମାନଙ୍କର ଏହି ସାକ୍ଷାତକାର ନେଇଥିଲେ । ସଲମନ କହିଥିଲେ ଯେ, ହଜାରେ ଝିଅଙ୍କ ସହ ତାଙ୍କର ସମ୍ପର୍କ, ହେଲେ କାହାକୁ ସେ କେବେ ଧୋକା ଦେଇନାହାଁନ୍ତି ।

ସଲମାନ ଖାନଙ୍କ ବାପା ସଲୀମ ଖାନ ଅନ୍ୟ ଫିଲ୍ମି ବାପାଙ୍କ ଭଳି, ତାଙ୍କୁ କେବେ ସିନେମା ଜଗତରେ ଅଭିନୟ କରିବାକୁ ପ୍ରୋତ୍ସାହିତ କରିନଥିଲେ। ସେ ସବୁବେଳେ ତାଙ୍କ ପୁଅକୁ ଏହା କହୁଥିଲେ ଯେ ହିରୋ ହବାର ଗୁଣ ତାଙ୍କର ନାହିଁ। ହିରୋ ହେଇ ମୋ ନା ବଦନାମ କରିବୁ ବୋଲି ତାଙ୍କ ବାପା କହୁଥିଲେ। କିନ୍ତୁ ସଲମାନ ତାଙ୍କ ବାପାଙ୍କ କଥାରେ ଧ୍ୟାନ ନ ଦେଇ ନିଜ ଜିଦିରେ ଅଟଳ ରହୁଥିଲେ। ସେ ତାଙ୍କ ବାପାଙ୍କୁ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ସେ ମଧ୍ୟ ଭଲ ଅଭିନୟ କରିପାରିବେ। ମୈନେ ପ୍ୟାର କିଆ ସିନେମା ହିଟ୍ ହେଲା ପରେ ସଲିମ ଖାନ ବହୁତ ଖୁସି ହୋଇଥିଲେ। ସଲମାନଙ୍କର ଇଚ୍ଛା ଥିଲା ଯେ ତାଙ୍କ ବାପା ସଲିମ ଖାନଙ୍କୁ ସମସ୍ତେ ସଲମାନ ଖାନଙ୍କ ବାପା ବୋଲି ଜାଣନ୍ତୁ। କାରଣ ଏହା ଦ୍ୱାରା ତାଙ୍କ ବାପା ଜାଣିବେ ଯେ ସେ କେତେ ସକ୍ଷମ। ତାଙ୍କ ସଫଳତାରୁ ସଲିମ ଖାନ କେତେ ଖୁସୀ ହୋଇଥିଲେ ବୋଲି ପ୍ରଶ୍ନର ଉତ୍ତରରେ ସଲମନ ଏସବୁ କହିଥିଲେ ।

ସଲମାନ ଅନ୍ୟ ନ୍ୟୁ କମରଙ୍କ ଭଳି ସେତିକି ଭଲ ଓ ସେତିକି ଖରାପ, ଯଦି ସେମାନେ ଆଗକୁ ବଢିପାରୁଛନ୍ତି ତେବେ ସଲମାନ ମଧ୍ୟ ସଫଲତା ପାଇବେ ବୋଲି ତାଙ୍କ ବାପା କହିଥିଲେ। ସଲମାନ କହିଥିଲେ ତାଙ୍କ ବାପାଙ୍କ ପରାମର୍ଶ ପାଇଁ ଅନେକ ଲୋକ ଆସନ୍ତି କିନ୍ତୁ ତାଙ୍କୁ ସ୍ୱତଂନ୍ତ୍ର ପରାମର୍ଶ ମିଳୁଥିଲା। ତାଙ୍କ ବାପାଙ୍କ ତୁଳନାରେ ସେ କିଛି ନୁହନ୍ତି ବୋଲି ସଲମାନ କହିଥିଲେ।

ଆମିରଙ୍କ ସହ ତାଙ୍କୁ ତୁଳନା କଲେ କେମିତି ଲାଗେ ବୋଲି ସାମ୍ୱାଦିକ ଚନ୍ଦା ପ୍ରଶ୍ନ କରିଥିଲେ। କମ୍ପିଟିସନକୁ ଡରେନି କିନ୍ତୁ ନିଜକୁ ଆଉ କାହା ସହ ତୁଳନା କରିବା ମଧ୍ୟ ତାଙ୍କୁ ପସନ୍ଦ ନୁହଁ ବୋଲି ସଲମାନ କହିଥିଲେ। କମଲ ହାସନ ତାଙ୍କର ଆଦର୍ଶ। ତେବେ ପାରିଶ୍ରମିକକୁ ନେଇ ସେ ଏକଦମ ପକ୍କା, ଆବଶ୍ୟକସ୍ଥଲେ ସେ ଅଧିକ ଟଂକା ବି ଦାବି କରନ୍ତି । କିନ୍ତୁ ପଇସାପାଇଁ ଯାହା ତାହା ରୋଲ କେବେ କରନ୍ତି ନାହିଁ । ଭୂମିକା ପସନ୍ଦ ନଆସିଲେ ସେ ଅଫର ଗ୍ରହଣ କରନ୍ତି ନାହିଁ ବୋଲି କହିଥିଲେ ।

ଦର୍ଶକଙ୍କ ପସନ୍ଦ ସବୁବେଳେ ବଦଳୁଥାଏ। ଆଜି ସଲମାନ ପସନ୍ଦ ଆସିବେ ତ କାଲି ଆଉ କିଏ। ସେ ତାଙ୍କ ବାପାଙ୍କ ଜୀବନରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି। ତେବେ ସେ ମଧ୍ୟ ଏଭଳି ପରିସ୍ଥିତି ପାଇଁ ପ୍ରସ୍ତୁତ । ୯୦ ଦଶକରେ ସଂଗୀତା ବିଜଲାନି ଓ ସଲମାନଙ୍କ ଆଫୟାର ବେଶ ଚର୍ଚ୍ଚାରେ ଥିଲା। କିନ୍ତୁ ସଲମାନ ଏହି ବିଷୟରେ କିଛି କହିନଥିଲେ। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରଶ୍ନ ପଚାରିବାକୁ ମନା କରିଥିଲେ। ସେ ଏହା କହିଥିଲେ ଯେ ହଜାରେ ଝିଅଙ୍କ ସହ ସମ୍ପର୍କ ଥିଲେ ମଧ୍ୟ ସେ କାହା ସହ ବିଶ୍ୱାସଘାତକତା କରିନାହାନ୍ତି।

ଆମୀର ଖାନ, ଗୋବିନ୍ଦା, ଅନିଲ କପୁର, ଜୈକି ସ୍ରଫ, ସନ୍ନୀ ଦେଓଲ ସବୁ ବିବାହ କରିଲେ କିନ୍ତୁ ସଲମାନ କାହିଁକି ବିବାହ କରୁନାହାନ୍ତି ବୋଲି ପଚାରାଯାଇଥିବାରୁ ସେ କହିଥିଲେ ଯେ ସେ ସମ୍ପୂର୍ଣ ଭାବେ ସେଟେଲ ହେଲା ପରେ ବିବାହ କରିବେ। ପାରଂପରିକ ଭାରତୀୟ ସ୍ତ୍ରୀ ଦରକାର ବୋଲି ସଲମାନ କହିଥିଲେ। ସେ ବିବାହ ପରେ ଜଣେ ଭଲ ସ୍ୱାମୀ ଓ ବାପା ହେବେ ବୋଲି କହିଥିଲେ। ଟଙ୍କାକୁ ଅଧିକ ମହତ୍ୱ ଦବାର କାରଣ ସେ ଶେଷରେ କହିଥିଲେ। ଅଧିକ ଟଙ୍କା ରୋଜଗାର କରି ଗରିବଙ୍କୁ ବାଣ୍ଟିବେ ବୋଲି ସେ କହିଥିଲେ। ସଲମାନ ତାଙ୍କ ନିଜର ଚ୍ୟାରିଟି ହୋମ ଖୋଲିବାକୁ ଇଚ୍ଛା କରିଥିଲେ।
Related Posts
‘ବାଲିକା ବଧୁ’ ଫେମ୍ ହଂସୀ ପରମାର କଲେ ବିବାହ, ସେୟାର କଲେ ଫଟୋ
2 February 2023