ସଲମାନଙ୍କ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ରୁ Out ହେଲେ ଆୟୁଷ ଶର୍ମା, ଜାଣନ୍ତୁ କାହିଁକି…
22/05/2022 at 10:52 AM

ନୂଆଦିଲ୍ଲୀ ୨୨।୦୫ : ବର୍ତ୍ତମାନ ବଲିଉଡରେ ଅନେକ ଚଳଚ୍ଚିତ୍ର ରିଲିଜ୍ ହେଉଥିବାବେଳେ କିଛିର ରିଲିଜ୍ ଡେଟ୍ ଫାଇନାଲ୍ ହେଉଛି। ଏହି ସମୟରେ ସଲମାନଙ୍କ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ମଧ୍ୟ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଛି। ସଲମାନ ଖାନଙ୍କ ଏହା ହେଉଛି ବିଗ୍ ବଜେଟ୍ ଫିଲ୍ମ । ବଲିଉଡର ଦବଙ୍ଗ ଖାନ୍ଙ୍କ ଦ୍ୱାରା ଫିଲ୍ମ ଘୋଷଣା ହେବା ଦିନଠାରୁ ଫିଲ୍ମ ବିଷୟରେ ଆଲୋଚନା ହେଉଛି। ଖବର ଆସିଥିଲା କି ଏହି ଫିଲ୍ମରେ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସ୍ୱାମୀ ଆୟୁଷ ଶର୍ମାଙ୍କ ମଧ୍ୟ ନଜର ଆସିବେ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ବଡ ଅପଡେଟ୍ ରହିଛି । ଏହି ଫିଲ୍ମରେ ଆୟୁଷ ଶର୍ମାଙ୍କୁ ଦେଖିବାକୁ ମିଳିବ ନାହିଁ ।
ସମସ୍ତେ ଜାଣନ୍ତି ଯେ ଆୟୁଷ ଶର୍ମା ଏବଂ ସଲମାନ ଖାନ ପ୍ରଥମ ଥର ପାଇଁ ‘ଅନ୍ତିମ୍ ଦ ଫାଇନାଲ ଟ୍ରୁଥ’ ଫିଲ୍ମରେ ଏକାଠି ନଜର ଆସିଥିଲେ । ବର୍ତ୍ତମାନ ଦୁହେଁ ଦ୍ୱିତୀୟ ଥର ପାଇଁ ସ୍କ୍ରିନ୍ ସେୟାର କରିବାକୁ ଯାଉଥିଲେ କିନ୍ତୁ ବର୍ତ୍ତମାନ ତାହା ହେବ ନାହିଁ। କାହିଁକି ନା ଆୟୁଷ ଶର୍ମାଙ୍କୁ ଫିଲ୍ମରୁ ବାହାର କରାଯାଇଛି। କହିବାକୁ ଗଲେ ଆୟୁଷ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରି ଦେଇଥିଲେ। ହେଲେ ଏସକେଏଫଙ୍କ ମଧ୍ୟରେ କିଛି ସମସ୍ୟା ହେବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ଖବର ଅଛି ଯେ ସେମାନଙ୍କ ସ୍ଥାନରେ ନିର୍ମାତାମାନେ ନୂଆ ଯୁବ କଳାକାରଙ୍କ ଅଫର କରିବେ ବୋଲି ଶୁଣିବାକୁ ମିଳୁଛି । ସେମାନଙ୍କ ମଧ୍ୟ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଏବଂ ଜାଭେଦ୍ ଜାଫ୍ରିଙ୍କ ପୁଅ ମେଜାନ ଜାଫ୍ରିଙ୍କ ନାମ କୁହାଯାଉଛି ।ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସାମଜୀ। ଫିଲ୍ମଟି ୩୧ ଡିସେମ୍ବରରେ ମୁକ୍ତିଲାଭ କରିବ ।