ମୁମ୍ଵାଇ ୨୧।୧୦: ବାବା ସିଦ୍ଦିକିଙ୍କ ତାଙ୍କର ଅତି ଘନିଷ୍ଠ ବନ୍ଧୁ ସଲମାନ ଖାନ । ହତ୍ୟା ଘଟଣା ପରେ ସଲମାନ ସୋ 'ବିଗ୍ ବସ୍ ୧୮'ର ସୁଟିଂ ବନ୍ଦ କରିଦେଇଥିଲେ। ସେ କ୍ରମାଗତ ଭାବରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ପାଉଛନ୍ତି। ଏହି ସମୟରେ ସଲମାନ ସୋ’ର ସେଟକୁ ଫେରିଛନ୍ତି। ସୋ’କୁ ଫେରିବା ପରେ ବିଗ୍ ବସ୍ର ଏପିସୋଡର ସୁଟିଂ କରିଥିଲେ । ଏହି ସମୟରେ ସେ ଭାବପ୍ରବଣ ହୋଇଥିବାର ନଜର ଆସିଥିଲେ। କହିଥିଲେ ଇଚ୍ଛା ନଥିଲେ ବି ସେ ସେଟକୁ ଆସିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ପ୍ରତିଯୋଗୀ ଅବିନାଶ ମିଶ୍ରଙ୍କ ଉପରେ ରାଗିଯାଇ ଶିଳ୍ପା ଶିରୋଦକର ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ । ଏ ବିଷୟରେ କହି ସେ ସଲମାନଙ୍କ ସାମ୍ନାରେ କାନ୍ଦିଥିଲେ। ଏହା ଶୁଣି ଶିଳ୍ପାଙ୍କୁ, ସଲମାନ ତାଙ୍କୁ ତାଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଥିଲେ। ଏହା ସହ ସଲମାନ ତାଙ୍କୁ ପଚାରିଥିଲେ ଯଦି ତାଙ୍କ ଝିଅ ଖାଦ୍ୟ ଉପରେ ରାଗନ୍ତି ତେବେ ସେ କଣ କରିବେ? ଉତ୍ତରରେ ଶିଳ୍ପା କହିଥିଲେ ଯେ, ଖାଦ୍ୟ ପାଇଁ ମୁଁ ରାଗି ନାହିଁ ବରଂ ଅବିନାଶଙ୍କ ବ୍ୟବହାର ପାଇଁ ମୁଁ ରାଗିଛି ।
ଏହା ଶୁଣି ସଲମାନ କହିଥିଲେ, “ତା’ହେଲେ, ଖାଇବା ଉପରେ ନରାଗି ତାଙ୍କର ସେହି ବ୍ୟବହାର ଉପରେ ରାଗ । ଏହି ଘରକୁ ଆସିଲେ ଇଚ୍ଛା ନଥାଇ ବି ଅନେକ ଜିନିଷ କରିବାକୁ ହୁଏ । ଯେମିତିକି ମୋର ଇଚ୍ଛା ନଥାଇ ବି ମୁଁ ଏଠାକୁ ଆସିଛି । ମୋ ଜୀବନରେ ଏବେ ଯାହା ଘଟୁଛି, ଏସବୁ ପରେ ବି ମୁଁ ଆସିଛି । କାହିଁକି କି ନା ମୋ ପରିସ୍ଥିତ ଖରାପ ଚାଲିଛି । କିନ୍ତୁ ଏହା ଏକ ପ୍ରତିବଦ୍ଧତା, ତେଣୁ ମୁଁ ଏଠାକୁ ଆସିଛି । ଗୋଟିଏ ହେଉଛି ମୋର କାମ ଏବଂ ମୁଁ କାମ କରିବାକୁ ଆସିଛି । ମୁଁ କାହାକୁ ଭେଟିବାକୁ ଚାହେଁ ନାହିଁ, ମୁଁ ତୁମକୁ ମଧ୍ୟ ଭେଟିବାକୁ ଚାହେଁ ନାହିଁ । ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ବନ୍ଧୁ ସିଦ୍ଦିକିଙ୍କୁ ହରାଇ ସଲମାନ ବହୁତ ଦୁଃଖିତ ଅଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।