‘ନୋ ବର୍ଥଡେ ପାର୍ଟି’ କହିଥିଲେ, କିନ୍ତୁ 4 tier କେକ୍‌ କାଟି ଜନ୍ମଦିନ ପାଳିଲେ ସଲମାନ, କ୍ୟାଟ୍‌ ଓ ଲୁଲିୟାଙ୍କ ସହ କଲେ ପାର୍ଟି

Published By : Prameya-News7 Bureau | December 27, 2019 IST

wp:heading {"level":5}
ମୁମ୍ବାଇ୨୭|୧୨: ବଲିଉଡର 'ସୁଲ୍‌ତାନ' ସଲମାନ ଖାନ୍‌ ଆଜି ତାଙ୍କର ୫୪ତମ ଜନ୍ମ ଦିନ ପାଳନ କରିଛନ୍ତି। ଏହି ସ୍ପେସିଆଲ ଡେକୁ ସଲମାନ ନିଜ ପରିବାର ସଦସ୍ୟଙ୍କ ସହ ସେଲିବ୍ରେଟ କରିବା ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଖବର ଆସିଥିଲା ଯେ, ସଲମାନ ନିଜ ଭଉଣୀ ଅର୍ପିତାଙ୍କ ପାଇଁ ଜନ୍ମଦିନ ପାଳିବେ ନାହିଁ। ହେଲେ ସଲମାନ ମିଡ୍‌ନାଇଟ୍‌ରେ ନିଜ ପରିବାର ସଦସ୍ୟଙ୍କ ସହ 4tier କେକ୍‌ କାଟିଛନ୍ତି। କେବଳ ସେତିକି ନୁହେଁ ଦବଙ୍ଗ ୩ର ଟୀମ ସହ ମଧ୍ୟ କେକ୍‌ କାଟି ସେଲିବ୍ରେଟ୍‌ କରିଛନ୍ତି ଦବଙ୍ଗ ଷ୍ଟାର।
/wp:heading {"id":203236,"width":577,"height":502,"sizeSlug":"large"}
wp:heading {"level":5}
ଗତ କାଲି ବିଳମ୍ବିତ ରାତିରେ ଜନ୍ମଦିନ ସେଲିବ୍ରେଟ କରିବାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହି ଫଟୋରେ ସଲମାନ ନିଜ ପରିବାର ଓ ଦବଙ୍ଗ ୩ ଟୀମ୍‌ ସହ କେକ୍‌ କାଟୁଥିବାର ନଜର ଆସୁଛନ୍ତି।ସୂଚନାଯୋଗ୍ୟ ଯେ, ସଲମାନଙ୍କ ବର୍ଥଡେ ପାର୍ଟିରେ ଲୁଲିୟା, କ୍ୟାଟ୍ରିନା, ସୋନାକ୍ଷୀ, ରନଦିପ୍‌, ଆୟୁଷ ଶର୍ମା, ରବିନା ଟଣ୍ଡନଙ୍କ ବ୍ୟତୀତ ଅନେକ କଳାକାର ସାମିଲ ଥିଲେ।
/wp:heading {"id":203237,"sizeSlug":"large"}
wp:heading {"level":5}
ସଲମାନଙ୍କ ବଢୁଥିବା ବୟସ ସହ ତାଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି। ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ନିଜ ପରିବାର ପ୍ରତି ଥିବା ଭଲପାଇବା ବିଷୟରେ ସମସ୍ତେ ଜାଣିଛନ୍ତି। ସଲମାନ ନିଜ ମାତା-ପିତାଙ୍କୁ ବହୁତ ଭଲ ପାଆନ୍ତି। ଏହା ସହ ଭାଇ ଓ ଭଉଣୀମାନଙ୍କ ଉପରେ ମଧ୍ୟ ସବୁ କିଛି ଲୁଟାନ୍ତି।
/wp:heading wp:heading {"level":5}
 
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.