ଗଣେଶ ପୂଜାରେ ଭଉଣୀଙ୍କ ଘରେ ପହଞ୍ଚିଲେ ସଲମାନ୍: ଅରବାଜ୍ ଙ୍କ ଗର୍ଲଫ୍ରେଣ୍ଡ ଓ ପୂର୍ବତନ ପତ୍ନୀ ମଲାଇକାଙ୍କ ହୋଇଥିଲା ଭେଟଘାଟ
14/09/2018 at 4:13 PM

ମୁମ୍ବାଇ ୧୪/୯: ସଲମାନଙ୍କ ଖାନଙ୍କ ଭଉଣୀ ଅର୍ପିତା ନିଜ ଘରେ ଗଣେଶ ପୂଜାର ଆୟୋଜନ କରିଥିଲେ।ପୂଜା ପାଇଁ ଅର୍ପିତା କିଛି ବଲିଉଡ୍ କଳାକାରଙ୍କୁ ନିମନ୍ତ୍ରଣ କରିଥିଲେ। ଭାଇ ସଲମାନ ମଧ୍ୟ କଣ୍ଠଶିଳ୍ପୀ ଲୁଲିଆ ବନ୍ତୁରଙ୍କ ସହ ସେଠାରେ ପହଞ୍ଚିଥିଲେ। ସଲମାନ ତାଙ୍କ ଭଉଣୀଙ୍କ ଘରେ ୪୫ମିନିଟ୍ ପର୍ଯ୍ୟନ୍ତ ରହିଥିଲେ।
ଅପରପକ୍ଷରେ ଲଭ୍ ଲାଇଫକୁ ନେଇ ଆଜିକାଲି ବେଶ୍ ଚର୍ଚ୍ଚାରେ ଥିବା ଅର୍ପିତାଙ୍କ ଭାଇ ଅରବାଜ ଖାନ୍ ପହଂଚିଥିଲେ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କ ସହିତ ।ସେତେବେଳକୁ ଅରବାଜଙ୍କ ପୂର୍ବତନ ପତ୍ନୀ ମଲାଇକା ମଧ୍ୟ ପହଂଚିସାରିଥିଲେ ସେଠି । ଅରବାଜଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ ଓ ମଲାଇକାଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । କିନ୍ତୁ ଉଭୟେ ଅତ୍ୟନ୍ତ ସ୍ବଭାବିକ ବ୍ୟବହାର କରିଥିଲେ ପରସ୍ପରକୁ । ସୂଚନା ଅନୁସାରେ ଅରବାଜ ଖାନ୍ ପୂର୍ବରୁ ଇଦ୍ରେ ମଧ୍ୟ ଜର୍ଜିଆଙ୍କୁ ନେଇ ଅର୍ପିତାଙ୍କ ଘରକୁ ଯାଇଥିଲେ।
ଏତିକି ନୁହେଁ,କ୍ୟାଟ୍ରିନା କୈଫ ମଧ୍ୟ ତାଙ୍କ ଭଉଣୀ ଇସାବେଲ କୈଫଙ୍କ ସହ ଅର୍ପିତାଙ୍କ ଘରେ ପହଞ୍ଚିଥିଲେ। ଅର୍ପିତାଙ୍କ ସ୍ବାମୀ ଆୟୁଷ ଶର୍ମା ଲଭ୍ ରାତ୍ରି ଫିଲ୍ମର ପ୍ରମୋସନ୍ ଛାଡ଼ି ପୂଜାରେ ଉପସ୍ଥିତ ଥିଲେ। ଅର୍ପିତାଙ୍କ ଦୁଇ ମା ସଲମା ଖାନ୍ ଏବଂ ହେଲେନ୍ ଖାନ୍ ମଧ୍ୟ ଆସିଥିଲେ। ଏହାଛଡ଼ା ସେଠାକୁ ନେହା ଧୁପିଆ, ଅଙ୍ଗଦ ବେଦୀ, କରଣବୀର ବୋହରା, ଟିଜେ ସିଦ୍ଧୁ, ହୁମା କୁରେସି, ନୀଲମ୍ କୋଠାରୀ,ସଞ୍ଜୀଦା ଶେଖ୍, ଆମିର ଅଲ୍ଲୀ, ଡେଜି ଶାହା, ଆଥିୟା ସେଟ୍ଟୀ, କବୀର ଖାନ୍, ମିନି ମାଥୁର,ଏକତା କପୁର, ଆହାନା ପାଣ୍ଡେ, ଦିୟା ମିର୍ଜା, ଡିନୋ ମୋରିଆ, ସୋଫି ଚୈାଧୁରୀ ଭଳି ଅନେକ କଳାକାର ଯୋଗଦେଇଥିଲେ ।