suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଲ୍‌ରେ ଲାଳ ବ୍ୟବହାର ପୁଣି ଥରେ ଲାଗୁ କରାଯିବା ଉଚିତ୍, ଏହା ଉପରେ ବିଚାର କରୁ ICC : ସଚିନ

17/03/2023 at 6:23 PM

ନୂଆଦିଲ୍ଲୀ: କରୋନା ଯୋଗୁଁ ବଲ୍‌ରେ ଲାଳ ଲଗାଇବା ଉପରେ କଟକଣା ଲଗାଇଥିଲା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ତେବେ ଏହା ଉପରେ ଆଇସିସି ପୁନର୍ବାର ବିଚାର କରୁ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ମହାନ ବ୍ୟାଟର ସଚିନ ତେନ୍ଦୁଲକର। ୨୦୨୦ରେ ମହାମାରୀ କରୋନା ଯୋଗୁଁ ଆଇସିସି ବୋଲରଙ୍କୁ ବଲ୍‌ରେ ଲାଳ ଲଗାଇବା ଉପରେ କଟକଣା ଜାରି ରଖିଥିଲେ। ଏମିତି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇସିସି କହିଥିଲା।

ବଲ୍‌ରେ ଲାଳ ଲଗାଇଲେ ଫିଲ୍ଡିଂ କରୁଥିବା ଦଳ ଉପରେ ୫ ରନର ପେନାଲ୍‌ଟି ଲଗାଯିବ ବୋଲି ଆଇସିସି ନୂତନ ନିୟମ ଲାଗୁ କରିଥିଲା। ୨୦୨୨ ନଭେମ୍ବରରେ ୟୁଏଇର ବୋଲର ଆଲିଶାନ ଶଫାରୁ ବଲ୍‌ରେ ଲାଳ ଲଗାଇବାରୁ ନେପାଳକୁ ଅତିରିକ୍ତ ୫ ରନ ମିଳିଥିଲା।

୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିବା ୪୯ ବର୍ଷୀୟ ସଚିନ ତେନ୍ଦୁଲକର ବଲ୍‌ରେ ଲାଳ ବ୍ୟବହାର ପୁଣି ଥରେ ଲାଗୁ ହେବା ଉଚିତ୍ ବୋଲି କହିଛନ୍ତି। ମୁଁ ଜଣେ ସ୍ଵାସ୍ଥ୍ୟ ବିଶେଷଜ୍ଞ ନୁହେଁ କିନ୍ତୁ ବଲ୍‌କୁ ଚମକାଇବା ପାଇଁ ଲାଳ ଲଗାଯିବା ପୁଣି ଥରେ ଫେରିବା ଉଚିତ୍।ଇଣ୍ଡିଆ ଟୁଡେର ୨୦ତମ କନକ୍ଲେଭ୍‌ରେ ସଚିନ ଏହା କହିଛନ୍ତି।

ଉଲ୍ଲେଖନୀୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଶତକ ଅର୍ଜନ କରିବାରେ ଏକମାତ୍ର ଖେଳାଳି ହେଉଛନ୍ତି ସଚିନ ତେନ୍ଦୁଲକର। କ୍ରିକେଟ୍‌ରେ ବଲ୍‌କୁ ଚମକାଇବା ଏବଂ ଲାଳ ଲଗାଇବା ପ୍ରସଙ୍ଗ ଉପରେ ଆଲୋଚନା ବେଳେ ସଚିନ ଏହା କହିଛନ୍ତି।

ଯଦି ଆପଣମାନେ ଏହାକୁ ଅସ୍ଵଚ୍ଛ ଭାବୁଛନ୍ତି ତେବେ ମୁଁ ଖେଳାଳିଙ୍କୁ ବଲ୍‌କୁ ବାହୁ ତଳେ ରଖିଥିବା ଦେଖିଛି। ଯେତେବେଳେ ବଲ୍ ନୂଆ ଥାଏ ସେତେବେଳେ ସାଲିଭାର ଗୁରୁତ୍ଵ ଅଧିକ ରହେ। ଝାଳ ଅପେକ୍ଷା ଲାଳ ହିଁ ବଲ୍‌କୁ ଅଧିକ ସୁଇଙ୍ଗ ଦେଇଥାଏ ବୋଲି ସଚିନ କହିଛନ୍ତି।

   Related Posts