ବରଗଛରେ ଅଚିହ୍ନା ପୋକ, ଦେହରେ ବାଜିଲେ ହେଉଛି କୁଣ୍ଡେଇ

Published By : Prameya-News7 Bureau | December 14, 2022 IST

ସାଲେପୁର ୧୪।୧୨:  ବରଗଛରେ ଅଚିହ୍ନା ପୋକ। ଏହି ପୋକ ଗୁଡିକ ଦେଖିବାକୁ ଷଅଁବାଳୁଆ ପରି । ଦେହରେ ବାଜିଲେ କୁଣ୍ଡେଇ ହେବା ସହିତ ଫଳି ବି ଯାଉଛି । କଟକ ଜିଲ୍ଲା ସାଲେପୁର ବଜାର ଓ ତାର ଆଖପାଖ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ,  ବହୁ ସଂଖ୍ୟାରେ ବରଗଛରେ ଏଭଳି ପୋକ ଲାଗି ରହିଛନ୍ତି। ପୋକ ଲାଗିବା ଫଳରେ ସେ ବାଟ ଦେଇ  ଯିବାଆସିବା କରିବା ବିପଦଜନକ ହୋଇପଡିଛି। ବରଗଛରୁ ପୋକ ପଡି ଦେହ ହାତ କୁଣ୍ଡେଇ ହେବାକୁ ଲାଗିଲାଣି। ଏନେଇ ସ୍ଥାନୀୟ ତହସିଲଦାର ଓ ଅଗ୍ନିଶମ ବିଭାଗକୁ ଜଣାଇଯାଇଛି । ହେଲେ  ସେମାନେ ଏହାର କୌଣସି ପ୍ରତିକାର ନେଉନାହାନ୍ତି । ଶେଷରେ କଟକ ଜିଲ୍ଲା ପ୍ରଶାସନକୁ ଏହି ପ୍ରସଙ୍ଗ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଜଣାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.