ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟର +୩ ଶେଷ ବର୍ଷ ପରୀକ୍ଷା ଫଳ : ୯୬.୧୪% ପ୍ରତିଶତ ପାସ୍

Published By : Prameya-News7 Bureau | August 13, 2022 IST

ସାଲେପୁର ୧୩।୮: କଟକ ଜିଲ୍ଲା ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କଲେଜ ଅଡିଟୋରିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ମହାବିଦ୍ୟାଳୟର ଯୁକ୍ତ ତିନି କଳାରେ ୯୩.୪୫ % ଛାତ୍ରଛାତ୍ରୀ , ବିଜ୍ଞାନରେ ୯୯.୦୪% ଛାତ୍ରଛାତ୍ରୀ ଏବଂ ବାଣିଜ୍ୟରେ ୯୬.୧୭% ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ଏହି ତିନୋଟି ବିଭାଗରେ  ମୋଟ୍ ଉପରେ କଲେଜର ୯୬.୧୪% ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବିଶ୍ବପ୍ରକାଶ ସାହୁ ବିଜ୍ଞାନ ବିଭାଗରେ ୯୯.୯୦% ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ବେହେରା, ମହାବିଦ୍ୟାଳୟର ଅଧକ୍ଷ୍ୟା ପ୍ରଫେସର ଡ଼କ୍ଟର ସଂଗୀତା ମିଶ୍ର, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.