ଇନଫୋସିସର ରୂପାନ୍ତର କରିଥିବା ଶଲିଲ ପାରେଖ ପୁଣି MD-CEO ନିଯୁକ୍ତ, ବଡ଼ ଅଧିକାରୀଙ୍କୁ ବି ସେୟାର ଦେଲା କମ୍ପାନୀ

Published By : Prameya-News7 Bureau | May 22, 2022 IST

ବେଙ୍ଗାଲୁରୁ: ଭାରତର ଦ୍ୱିତୀୟ ସର୍ବବୃହତ ସପ୍ଟୱେର କମ୍ପାନୀ ଇନଫୋସିସରର ପୁଣି ଥରେ ସିଇଓ ଏବଂ ଏମଡି ନିଯୁକ୍ତ ହୋଇଛନ୍ତି ଶଲିଲ ପାରେଖ। ରବିବାର କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସ ୨୦୨୨ ଜୁଲାଇ ୧ରୁ ୨୦୨୭ ଜୁଲାଇ ୩୧ ଯାଏଁ କମ୍ପାନୀର ସିଇଓ ଏବଂ ଏମଡି ଭାବେ ଶଲିଲଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ, ଶଲିଲ ପାରେଖ ୨୦୧୮ରୁ କମ୍ପାନୀର ସିଇଓ ଏବଂ ଏମଡି ଭାବେ କାମ କରି ଆସୁଛନ୍ତି। ଗତ ୪ ବର୍ଷ ଧରି ସେ କମ୍ପାନୀର ନେତୃତ୍ୱ ନେଇ ଆସୁଛନ୍ତି।

ଏହା ପୂର୍ବରୁ ପାରେଖ Capgemini ଗ୍ରୁପର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଥିଲେ। ଏଠାରେ ସେ ୨୫ ବର୍ଷ ଯାଏ ବିଭିନ୍ନ ପଦରେ ରହି କାମ କରିଥିଲେ। ପାରେଖଙ୍କ ନିକଟରେ ଆଇଟି ସେକ୍ଟରରେ କାମ କରିବାର ପ୍ରାୟ 30 ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।

ଏହାଛଡା ବୋର୍ଡ କମ୍ପାନୀର ପରିଚାଳନା ଟିମର ଶୀର୍ଷ ୬ ଜଣଙ୍କୁ କମ୍ପାନୀର ESOP ଅଧିନରେ ୧,୦୪,୦୦୦ ସେୟାର ମଞ୍ଜୁର କରିଛନ୍ତି। ଏହାଛଡା ୮୮ ଅନ୍ୟ ବରିଷ୍ଠ ପରିଚାଳନା ଅଧିକାରୀଙ୍କୁ ESOP ଅଧିନରେ ୩,୭୫,୭୬୦ ସେୟାର ଜାରି କରିବାକୁ ମଞ୍ଜୁରୀ ଦେଇଛି। ଯୋଗ୍ୟ କର୍ମଚାରୀଙ୍କୁ କମ୍ପାନୀରେ ରଖିବା ପ୍ରାୟସରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ଆଇଟି ଉଦ୍ୟୋଗରେ ନିଯୁକ୍ତି ପରିବର୍ତ୍ତନ ଅଧିକ ଦେଖିବାକୁ ମିଳୁଛି। ଏହି କାରଣରୁ ନିକଟରେ ଶେଷ ହୋଇଥିବା ତ୍ରୈମାସରେ କମ୍ପାନୀର ଏଣ୍ଟ୍ରିସନ ରେଟରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହାଛଡା ଆଇଟି କମ୍ପାନୀ ଗୁଡିକ ନିଜ କର୍ମାଚୀରଙ୍କୁ ରୋକିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.