ସେଲ୍ସ ଗାର୍ଲଙ୍କୁ ଦୁଷ୍କର୍ମ କଲେ ସରପଂଚ ପ୍ରାର୍ଥୀ; ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ

Published By : Prameya-News7 Bureau | January 22, 2019 IST

ପାନିପତ ୨୨/୧ : ହରିୟାଣାର ଇନ୍ଦ୍ରି ଥାନା ଅନ୍ତର୍ଗତ ଧାନଖେଡି ଗାଁରେ ସରପଂଚ ନିର୍ବାଚନରେ ହାରିଯାଇଥିବା ଜଣେ ପ୍ରାର୍ଥୀ ଦୁଷ୍କର୍ମ କରୁଥିବା ଭିଡିଓ ଭାଇରାଲ ହୋଇଛି | ଏସପି ସୁରେନ୍ଦ୍ର ସିଂହ ଭୌରିୟା ସୂଚନା ଦେଇଛନ୍ତି ଯେ, ଅଭିଯୁକ୍ତ ରାମ ତ୍ୟାଗୀକୁ ଗିରଫ କରି ରିମାଣ୍ଡ ନିଆଯାଇଛି | ରିମାଣ୍ଡ ବେଳେ ପୋଲିସ ଜାଣିବାକୁ ଚେଷ୍ଟା କରିବ ଯେ, ଏହି ଭିଡିଓ କିଏ ରେକର୍ଡିଙ୍ଗ କରିଛି ଏବଂ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି |


ଇନ୍ଦ୍ରି ଥାନା ଅଧିକାରୀ ସତ୍ୟପ୍ରକାଶ ଦହିୟା କହିଛନ୍ତି ଯେ, ପୂର୍ବତ୍ତନ ସରପଂଚ ରାଜକୁମାରଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତ ରାମ ତ୍ୟାଗୀ ତଥା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି | ମାର୍କେଟର ଜଣେ ସେଲ୍ସ ଗାର୍ଲଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି | ଅଭିଯୁକ୍ତ ଗାଁରେ ସରପଂଚ ନିର୍ବାଚନରେ ଠିଆ ହୋଇଥିଲେ | କିନ୍ତୁ ସେ ନିର୍ବାଚନ ହାରି ଯାଇଥିଲେ | ଏସପି କହିଛନ୍ତି ଯେ, ଭାଇରାଲ ହୋଇଥିବା ଭିଡିଓ ପୁରୁଣା ନିଶ୍ଚୟ କିନ୍ତୁ ଭିଡିଓରେ ଅଭିଯୁକ୍ତକୁ ପୁରା ଚିହ୍ନ ପଡୁଛି | ଇନ୍ଦ୍ରି ଥାନା ଅଧିକାରୀ ଅଭିଯୁକ୍ତ ରାମ ତ୍ୟାଗୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ତଥା ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ କରିଛି | ଘଟଣାର ତଦନ୍ତ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.