୫୦ ହଜାର ଟଙ୍କାରୁ ଅଧିକ ମଦ ବିକ୍ରି ବିଲ୍‌ର ଫୋଟ viral, ବିକ୍ରେତାଙ୍କ ବିରୋଧରେ ଏତଲା ରୁଜୁ

Published By : Prameya-News7 Bureau | May 06, 2020 IST

ବେଙ୍ଗାଲୁରୁ ୬।୫:  କରୋନା ଲକଡାଉନ୍‌ ନିୟମ କୋହଳ ହେବା ପରେ କର୍ଣ୍ଣାଟକରେ ସବୁ ମଦ ଦୋକାନ ଖୋଲିଛି। ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିବା ଯୋଗୁ ଲୋକେ ମଦ କିଣିଥିବା ବେଳେ ଗୋଟିଏ ଦିନରେ ୪୫ କୋଟି ଟଙ୍କାର ମଦ କାରବାର କରି କର୍ଣ୍ଣାଟକ ରେକର୍ଡ ସୃଷ୍ଟି କରିଛି।  ଏଥିରେ ଗୋଟିଏ ମଦ ଦୋକାନୀ ଜଣକୁ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରିଥିବାର ବିଲ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। 

{"id":265532,"width":580,"height":372,"sizeSlug":"large"}

ଲାଇସେନ୍ସ ନିୟମ ଅନୁସାରେ କୌଣସି ଖୁଚୁରା ବିକ୍ରେତାଙ୍କୁ ଗ୍ରାହକ ପିଛା ଦୈନିକ ୨.୩ ଲିଟରରୁ ଅଧିକ ମଦ ଓ ୧୮.୨ ଲିଟରରୁ ଅଧିକ ବିୟର ବିକ୍ରିର ଅନୁମତି ନାହିଁ।  ଏଥିରେ ତାଭରେକର ମେନ୍ ରୋଡରେ ଥିବା ‘ଭାନିଲା ସ୍ପିରିଟ୍ ଜୋନ୍’ ଜଣେ ଗ୍ରାହକଙ୍କୁ ଗୋଟିଏ ବିଲ୍‌ରେ ୫୨ ହଜାର ୮୪୧ ଟଙ୍କାର ମଦ ବିକ୍ରି କରିବା ଯୋଗୁ ଅବକାରୀ ବିଭାଗ ସମ୍ପୃକ୍ତ ଲିକର ସପ୍‌ ମାଲିକଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଦକ୍ଷିଣ ବେଙ୍ଗାଲୁରୁ ଡେପୁଟି ଏକ୍ସାଇଜ୍ କମିଶନର ଗିରି ଜେ. କହିଛନ୍ତି।

{"align":"center","id":265533,"sizeSlug":"large"}

ମଦ ଦୋକାନର ବିଲ ଅନୁସାରେ ଜଣେ ଗ୍ରାହକଙ୍କୁ ଦୋକାନୀ ୧୭.୪ ଲିଟର ଭାରତ ପ୍ରସ୍ତୁତ ବିଦେଶୀ ମଦ (ଆଇଏମଏଲ) ବିକ୍ରୟ କରିଛନ୍ତି। ସେହିପରି ତାଙ୍କୁ ୩୫.୭ ଲିଟର ବିୟର ବିକା ଯାଇଛି। ଯାହା କର୍ଣ୍ଣାଟକ ଅବକାରୀ ଆଇନର ଏହା ସମ୍ପୂର୍ଣ୍ଣ ଉଲ୍ଲଂଘନ। ଏଣୁ ମଦ ଦୋକାନ ବିରୋଧରେ ଆବକାରୀ ଆଇନର ଚାପ୍ଚର ୮, ରୁଲ ୩୬ ଅନୁସାରେ ଏତଲା ରୁଜୁ ହୋଇଥିବା ଡେପୁଟି କମିଶନର କହିଛନ୍ତି।

{"id":265534,"width":580,"height":508,"sizeSlug":"large"}

ତେବେ ରିଟେଲର ଏତକ ମଦ ୮ ଜଣ ଲୋକ କ୍ରୟ କରିଥିବା ବେଳେ ଗୋଟିଏ ଏଟିଏମ କାର୍ଡରୁ ବିଲ ପୈଠ କରିଥିବା କହିଛନ୍ତି। ଏଣୁ ମାମଲାର ତଦନ୍ତ କରାଯାଉଥିବା  ଡେପୁଟି କମିଶନର କହିଥିବା ବେଳେ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଲକଡାଉନ ନିୟମ କୋହଳ ହେବା ପରେ ମଦ କିଣିବା ଲାଗି ବେଙ୍ଗାଲୁରରେ ଲୋକଙ୍କ ପ୍ରତିଯୋଗୀତାରେ ୫୨ ହଜାର ଟଙ୍କାର ମଦ ଗୋଟିଏ ବିଲ ନୁହେଁ ଡଲାରସ୍ କଲୋନୀ କାଉଣ୍ଟରରୁ ୯୫ ହଜାର  ୩୪୭ ଟଙ୍କାର ଆଉ ଗୋଟିଏ ବିଲ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

{"id":265535,"width":580,"height":382,"sizeSlug":"large"}

ଅବକାରୀ ବିଭାଗ କାଉଣ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ଏବେ ଏଭଳି ବିକ୍ରିର ତଦନ୍ତ ଲାଗି କ୍ରେତାଙ୍କ ତଲାସ ଜାରି ରହିଛି। ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ମାର୍ଚ୍ଚ ୨୫ ତାରିଖରେ ପ୍ରଥମଥର ଲକଡାଉନ ଜାରି ହୋଇଥିଲା। ଏହି ୨୧ ଦିନିଆ ଲକଡାଉନର ଅବଧି ୧୪ ଏପ୍ରିଲରେ ସରୁଥିବା ବେଳେ ଦ୍ୱିତୀୟ ଲକଡାଉନ ମେ ୩ ପର୍ଯ୍ୟନ୍ତ ଜାରି ହୋଇଥିବା ବେଳେ ଏବେ ତୃତୀୟ ଲକଡାଉନ ଚାଲିଛି। ଏଣୁ ସପିଂ ମଲ, ସିନେମା ହଲ ଓ ଦୋକାନ ବଜାର ଆଦି ବନ୍ଦ ରହିଥିବା ବେଳେ କେବଳ ଜରୁରି ଆବଶ୍ୟକ ଔଷଧ, ପରିବା, ମାଛ,ମାଂସ, ଅଣ୍ଡା, ଦୁଗ୍ଧ ଓ ଗ୍ରୋସରୀ ସାମଗ୍ରୀ ଦୋକାନ ସବୁ ଖୋଲା ରହିଛି। ଏଣୁ ମଦର ବହୁଳ ଚୋରା କାରବାର ରୋକିବା ଲାଗି ସରକାର ଏଥିରେ ସାମାନ୍ୟ କୋହଳ କରିଥିବା ବେଳେ କର୍ଣ୍ଣାଟକ ଏବେ ଚର୍ଚ୍ଚାରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.