ପାଇଖାନା ଅର୍ଥ ଦୁର୍ନୀତି ନେଇ ଭିଜିଲାନ୍ସର ତଦନ୍ତ, ପ୍ରାପ୍ୟ ପାଇବା ନେଇ ଆଶା ବାନ୍ଧିଲେ ହିତାଧିକାରୀ

Published By : Prameya-News7 Bureau | October 15, 2022 IST

ସାଲେପୁର,୧୫/୧୦: କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ପଂଚାୟତରେ ପାଇଖାନା ଦୁର୍ନୀତି ନେଇ ଭିଜିଲାନ୍ସ ଚଢ଼ାଉ କରିଛି । ପାଇଖାନା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ନେଇ ବର୍ଷେ ତଳେ କଟକ ଭିଜିଲାନ୍ସରେ ପଂଚାୟତର ସଂଗ୍ରାମ ପଟ୍ଟନାୟକ ଅଭିଯୋଗ କରିଥିଲେ । ପରେ ଛାଣିପୁର ପଂଚାୟତରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଛି। ଘରକୁ ଘର ବୁଲି କଟକ ଭିଜିଲାନ୍ସ ବିଭାଗ ଡିଏସ୍‌ପି ଗୀତାଞ୍ଜଳି ସାହୁ ପାଇଖାନା ହିତାଧିକାରୀଙ୍କ ଘରେ ଘରେ ଯାଇ ପଚାରି ବୁଝିବା ସହ ତଦନ୍ତ କରିଛନ୍ତି । ତଦନ୍ତ ହେଉଥିବାରୁ ହିତାଧିକାରୀ ତାଙ୍କର ପ୍ରାପ୍ୟ ପାଇବାନେଇ ଆଶା ବାନ୍ଧିଛନ୍ତି।

ଭିଜିଲାନ୍ସ ପକ୍ଷରୁ ତଦନ୍ତ ହେଉଥିବାରୁ ଦୋଷୀକୁ ନିଶ୍ଚିତ ଭାବେ ଦଣ୍ଡମିଳିବ ବୋଲି ଅଭିଯୋଗକାରୀ କହିଛନ୍ତି। ହିତାଧିକାରୀଙ୍କୁ ପଚାରି ବୁଝିବା ସହ ତଦନ୍ତରେ କିଛି ସମୟ ଲାଗିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.