ସାଲେପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍
11/05/2018 at 10:16 AM

ସାଲେପୁର ନାବାଳିକା ଦୁଷ୍କର୍ମ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ | ପକ୍ସୋ ଆଇନ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଛନ୍ତି ସାଲେପୁର ପୋଲିସ | ପକ୍ସୋ ଆଇନ ଅନୁଯାୟୀ ୨୧ ଦିନରେ ଚାର୍ଜସିଟ୍ ଦାଖଲ ହେବ କଥା | କିନ୍ତୁ ନାବାଳିକା ମୃତ୍ୟୁର ୧୨ ଦିନ ପରେ ସାଲେପୁର ପୋଲିସ ଚାର୍ଜସିଟ୍ ଦାଖଲ କରିଛି | ଘଟଣାରେ ସବୁ ଦିଗରୁ ତଦନ୍ତ କରାଯାଇଛି | ଦଫା ୩୬୩,୩୭୬(AB),୩୦୨,୬ ପକ୍ସୋ ଆଇନ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି ବୋଲି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି |
ଗତ ୨୧ ତାରିଖ ସନ୍ଧ୍ୟାରେ ଶିଶୁଟିକୁ ମୁର୍ମୁସୁ ଅବସ୍ଥାରେ ଜଗନ୍ନାଥପୁର ଗାଁ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା | ଗୁରୁତର ଅବସ୍ଥାରେ ଏସସିବି ରେ ତାଙ୍କର ଚିକିତ୍ସା କରାଯାଇଥିଲା | ୨୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଥିଲା | ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଗିରଫ କରିଛି ପୋଲିସ | ବର୍ତ୍ତମାନ ଅଭିଯୁକ୍ତ ଚୌଦ୍ୱାର ଜେଲରେ |