କିଏ ଓ କାହିଁକି ଆକାଉଣ୍ଟରେ ଜମା କରୁଥିଲେ ଲକ୍ଷ ଲକ୍ଷ ଟଙ୍କା: କିଛି ନବୁଝିସୁଝି ଟଙ୍କା ଉଠାଇ ମନଇଚ୍ଛା ଖର୍ଚ୍ଚ କରି ଚାଲିଥିଲେ ଯୁବକ, ଶେଷରେ...

Published By : Prameya-News7 Bureau | December 18, 2020 IST

ସାଲେପୁର୧୭/୧୨: ଦୀର୍ଘଦିନ ଧରି ଆକାଉଣ୍ଟକୁ ଆସୁଥିଲା ଲକ୍ଷ ଲକ୍ଷ ଟଙ୍କା। କିଏ ଓ କାହିଁକି ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି, ଏ ସଂପର୍କରେ କିଛି ନବୁଝିସୁଝି ଟଙ୍କା ଉଠାଇ ମନଇଚ୍ଛା ଖର୍ଚ୍ଚ କରି ଚାଲିଥିଲେ ଯୁବକ। ହଠାତ୍‌ ଯୁବକଙ୍କୁ ପଶ୍ଚିମବଙ୍ଗ ପୋଲିସ୍‌ ଗିରଫ କରିଛି।

ସୂଚନାଥାଉକି କଟକ ଜିଲ୍ଲା ସାଲେପୁର ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ୍ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି। ସାଲେପୁର ବ୍ଲକ ମହଣ ପଞ୍ଚାୟତର ବଳଭଦ୍ରପୁର ଗାଁର ଦେବପ୍ରସାଦ ପାତ୍ରଙ୍କ ଆକାଉଣ୍ଟକୁ କିଏ ଓ କାହିଁକି ଟଙ୍କା ପଠାଉଛି, ଏ ସଂପର୍କରେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କୁ ସେ ଜଣାଇ ନଥିଲେ।

 ସାଲେପୁରର ଆନ୍ଧ୍ର ବ୍ୟାଙ୍କରେ ଥିବା ଆକାଉଣ୍ଟରୁ ନିୟମିତ ବ୍ୟବଧାନରେ ବେନାମୀ ଟଙ୍କା ଆସୁଥିଲେ । ଏ ନେଇ ବ୍ୟାଙ୍କ କର୍ତ୍ତୁପକ୍ଷ ଏହି ଅର୍ଥ ବାବଦରେ ଦେବପ୍ରସାଦକୁ ପଚରାଉଚରା କରିଥିଲେ ମଧ୍ୟ  ସନ୍ତୋଷଜନକ ଉତ୍ତର ମିଳିନଥିଲା।ହଠାତ୍ ଗତକାଲି ରାତିରେ ପଶ୍ଚିମବଙ୍ଗ ପୋଲିସ, ସାଲେପୁର ପୋଲିସ ସହାୟତାରେ ଦେବ ପ୍ରସାଦ ଗିରଫ କରି ପଶ୍ଚିମବଙ୍ଗ ନେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.